

ଏହି ବୈଠକରେ ମଧ୍ୟ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ମନ୍ତ୍ରୀ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।ତୋସିଲିଜୁମାବର ଓ ଆମ୍ଫୋଟେରିସିନ ବି ର ଜିଏସଟି ଦର ପାଂଚ ପ୍ରତିଶତରୁ ଶୂନ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତି ନିଆ ଯାଇଛି । ସେହିପରି ହେପାରିନ୍ ପରି ଆଂଟି-କୋଗୁଲାଂଟସ୍, ରେମଡିସିଭିରର ଜିଏସଟି ଦରକୁ ୧୨ ପ୍ରତିଶତରୁ ୫ ପ୍ରତିଶତ କରିବାକୁ ନିଷ୍ପତି ନିଆଯାଇଛି । କୋଭିଡ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଫାର୍ମା ବିଭାଗ ପକ୍ଷରୁ ସୁପାରିସ କରାଯାଇଥିବା ଔଷଧର ଜିଏସଟି ଦରକୁ ୫ ପ୍ରତିଶତ କରିବାକୁ ନିଷ୍ପତି ନିଆଯାଇଛି ।