ନୂଆଦିଲ୍ଲୀ, ରାମକୃଷ୍ଣ ମଠର ସ୍ୱାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାମକୃଷ୍ଣ ମଠର ସ୍ୱାମୀ ଶିବମୟାନନ୍ଦଜୀ ମହାରାଜ ସାମାଜିକ ସଶକ୍ତିକରଣ ଉପରେ ଆଧାରିତ ବିଭିନ୍ନ ସେବା କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ଥିଲେ । ସଂସ୍କୃତି ଏବଂ ଆଧ୍ୟାତ୍ମିକ ଜଗତରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କ ବିୟୋଗରେ ମୁଁ ବିଶେଷ ମର୍ମାହତ । ଓମ୍ ଶାନ୍ତି” ।