ଗତ ୨୪ ଘଂଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା ୮୪,୩୩୨ ରହିଛି; ଯାହା ୭୦ ଦିନରେ ସର୍ବନିମ୍ନ ।ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨,୭୯,୧୧,୩୮୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।ଗତ ୨୪ ଘଂଟା ମଧ୍ୟରେ ୧,୨୧,୩୧୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।କ୍ରମାଗତ ୩୦ ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ସୁସ୍ଥତା ହାର ୯୫.୦୭ ପ୍ରତିଶତକୁ ବୃଦ୍ଧି ପାଇଛି ।ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ ତଳକୁ ହ୍ରାସ ପାଇଛି, ବର୍ତ୍ତମାନ ଏହା ୪.୯୪ ପ୍ରତିଶତରେ ରହିଛି ।ଦୈନିକ ପଜିଟିଭିଟି ହାର ୪.୩୯ ପ୍ରତିଶତ, ଯାହା କ୍ରମାଗତ ଭାବେ ୧୯ ଦିନ ମଧ୍ୟରେ ଏହା ୧୦ ପ୍ରତିଶତ ତଳେ ରହିଛି ।ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୭.୬୨ କୋଟି ପରୀକ୍ଷା କରାଯାଇଛି ।ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୨୪.୯୬ କୋଟି ଡୋଜ ଟିକା ଦିଆଯାଇଛି ।