କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ମେ ୦୧, ୨୦୨୧ରୁ ଆରମ୍ଭ ହୋଇଛି ।
ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରୀ ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୫.୮୭ କୋଟି ଡୋଜରୁ ଅଧିକ (୨୫,୮୭,୪୧,୮୧୦) ଟିକା ଉପଲବ୍ଧ କରାଇଛନ୍ତି ।ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୪,୭୬,୫୮,୮୫୫ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳମାନଙ୍କ ନିକଟରେ ୧.୧୨ କୋଟି (୧,୧୨,୪୧, ୧୮୭) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି ।
ଏହା ବ୍ୟତୀତ, ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ (୧୦,୮୧,୩୦୦) ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ଏହାକୁ ଗ୍ରହଣ କରିବେ ।