-
ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ପାଇଁ ଜିଲ୍ଲା ଶିଶୁ ଶ୍ରମିକ ପ୍ରୋଜେକ୍ଟ କମିଟି ଗଠନ ଦାବି ଯୋର ଧରିଲା,
-
ଜରି ଓ ବୋତଲ ଗୋଟାଉ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ପୌରାଞ୍ଚଳରେ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଦାବି,
ଜୁନ ୧୨ତାରିଖ କୁ ସମଗ୍ର ବିଶ୍ୱରେ ବାଳ ଶ୍ରମିକ ନିରୋଧ ଦିବସ ରୂପେ ପାଳନ କରାଯାଏ।ଏହି ଅବସରରେ ପୁରୀର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିର୍ମାଣ ଓ ପୁରୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ମିଳିତ ସହ ଯୋଗରେ ଏକ ଆଲୋଚନାଚକ୍ର ୱେବ୍ ନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପୁରୀ ଜିଲ୍ଲା ଆଇନ୍ ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ମହାପାତ୍ର ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଥିବା ସୂତନ୍ତ୍ର ଆଇନ୍ ସମ୍ପର୍କ ରେ ସୂଚନା ଦେବା ସହିତ ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମିଳିତ ଭାବରେ ପଦକ୍ଷେପ ନେଲେ ହିଁ ବାଳଶ୍ରମିକ ଭଳି ଗୋଟିଏ ଜଘନ୍ୟ ବ୍ୟବସ୍ଥା କୁ ରୋକାଯାଇ ପାରିବ ବୋଲି ମତ ଦେଇଥିଲେ। ଶିଶୁ ମାନେ ସମାଜର ଏକ ଦୁର୍ବଳ ଶ୍ରେଣୀ, ଏବଂ ଏହି ଶିଶୁ ମାନେ ହିଁ ଭବିଷ୍ୟତ ର ମାନବ ସମ୍ବଳ। ତେଣୁ କରି ଶିଶୁ ମାନଙ୍କର ଅଧିକାର କୁ ସୁରକ୍ଷା ଯୋଗାଇ ଦେବାପାଇଁ Juvenile Justice care and Protection Act, 2015, Protection of children from sexual offences Act, 2012, Right to free and compulsory education Act, 2009, The Child Marriage Restraint Act, 2006
ଭଳି ସ୍ୱତନ୍ତ୍ର ଆଇନ ପ୍ରଣୟନ ହୋଇଥିବା କଥା ସେ କହିଥଲେ ଏବଂ ଏହି ଆଇନ ରେ ଥିବା ବିଭିନ୍ନ ପ୍ରାବଧାନ ବିଷୟରେ ଆଲୋକପାତ କରିଥିଲେ। ସେହିପରି ୧୪ ବର୍ଷରୁ କମ ପିଲାଙ୍କୁ କୌଣସି କାର୍ଯ୍ୟରେ ଲଗାଇବା ପାଇଁ ଆଇନ ରେ ବାରଣ ଥିବା କଥା ସେ କହିଥିଲେ।ଶିଶୁ କଲ୍ୟାଣ କମିଟି ର ଅଧ୍ୟକ୍ଷ ଶ୍ରୀ ମହାବୀର ରୁଦ୍ରନାରାୟଣ ସାହୁ ବାଳ ଶ୍ରମିକ ମାନଙ୍କ ଥଇଥାନ ଓ ସୁରକ୍ଷା ଦିଗରେ ଶିଶୁ ମଙ୍ଗଳ କମିଟି ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ସେହିପରି ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଶିଶୁ ଶ୍ରମିକ ମାନଙ୍କୁ ଥଇଥାନ କରିବା ଦିଗରେ ରାଜ୍ୟସ୍ତର ଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ କମିଟି ମାନ ରହିଛି।କିନ୍ତୁ ସଠିକ୍ ସଂଯୋଜନା ଓ ସଚେତନତା ନ ହେବା ଫଳରେ ବାଳଶ୍ରମିକ୍ ଉଦ୍ଧାର କାର୍ଯ୍ୟ ଠିକ୍ ସେ ହୋଇ ପାରୁନାହିଁ ଏବଂ ଏଥି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ବକ୍ତା ଭାବରେ ଯୋଗ ଦେଇ ପୁରୀ ଶ୍ରମ ଅଧିକାରୀ ଦିଲିପ୍ କୁମାର ପାଣି କହିଥିଲେ ଯେ ପୁରୀ ଜିଲ୍ଲା ରେ କେତେ ବାଳ ଶ୍ରମିକ ଅଛନ୍ତି ତାର ସଠିକ୍ ତଥ୍ୟ ପାଇଁ ଜିଲ୍ଲା ରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ନେଇ ସର୍ଭେ କାର୍ଯ୍ୟ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଶିଶୁ ଶ୍ରମିକ ଚିହ୍ନଟ ଉଦ୍ଧାର ଓ ଥଇଥାନ ପାଇଁ ସମସ୍ତେ ଅଣ୍ଟା ଭିଡିବା ସହିତ ଜିଲ୍ଲ। ଅଧିକାରୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ସେହି ପରି ପୁରୀ ଜିଲ୍ଲା ରେ ଶିଶୁ ଶ୍ରମିକ ମାନଙ୍କ ସୁରକ୍ଷା ଓ ଥଇଥାନ ପାଇଁ ଏନ୍.ସି.ଏଲ .ପି(national child labour project scheme )ଅଧୀନରେ ଡି. ସି.ଏଲ.ପି ରେଜିଷ୍ଟ୍ରେସନ୍ ହବାର ପ୍ରାବଧାନ ଅଛି ଏବଂ ଏହା ଗଠନ କରାଗଲେ ଅନେକାଂଶ ରେ ଏ ସମସ୍ୟାର ର ସମାଧାନ ହୋଇ ପାରିବ ବୋଲି ନିହିଡା ସମ୍ପାଦକ ମତ ଦେଇ ଥିଲେ ।ପୁରୀ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହିକାର୍ଯ୍ୟକ୍ରମରେ ଭାଗ ନେଇ ଥିବା ସଦସ୍ୟ ମାନେ ଦାବି କରିଥିଲେ।ସେହି ପରି ଜରି ଓ ବୋତଲ ଗୋଟାଉ ଥିବା ଶିଶୁ ଓ ସେମାନଙ୍କ ପରିବାର ର ଥଇଥାନ ପାଇଁ ଏକ କମିଟି ଗଠନ କରି ସେମାନଙ୍କ ଥଇଥାନ ପାଇଁ ମଧ୍ୟ ତୃଣମୂଳ ସ୍ତରରେ କାର୍ଯ୍ୟ ହେବା ଆବଶ୍ୟକ ବୋଲି ମଧ୍ୟ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇ ଥିଲା।ଏହି ଅବସରରେ ଜନସଚେତତା ପାଇଁ ବି ଯେ ଇ ଏମ୍(BJEM)ସ୍କୁଲ୍ ଭୁବନେଶ୍ୱର ର ଷଷ୍ଠ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ଶ୍ରିଷ୍ଟି ସରନ୍ୟା ଦ୍ଵାରା ବାଳ ଶ୍ରମିକ ନିରୋଧ ସଂପର୍କୀତ ଏକ ପୋଷ୍ଟର କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ଶ୍ରୀ ମହାପାତ୍ର ଲୋକାର୍ପଣ କରିଥିଲେ।ଏହି ୱେବ୍ ନାର କାର୍ଯୟକ୍ରମ କୁ ପୁରୀ ଜିଲ୍ଲା ଶିଶୁ କଲ୍ୟାଣ କମିଟି ର ପୂର୍ବତନ ଅଧ୍ୟକ୍ଷ ତଥା ନିର୍ମାଣ ସମ୍ପାଦକ ସିଦ୍ଧାର୍ଥ ରାୟ ପରିଚାଳନା କରିଥିବା ବେଳେ ,ପୁରୀ Juvenile Justice Board ର ସଦସ୍ୟା ଅଞ୍ଜଳି କୁମାରୀ ନାୟକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଧାନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛ।ତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ, କର୍ମକର୍ତ୍ତା, ପାରାଲିଗଲ ସ୍ୱେଚ୍ଛାସେବୀ, ଆଇନଜୀବି ଏବଂ ବିଚାରବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରାଧିକରଣ ଓ ନିର୍ମାଣ ଅନୁଷ୍ଠାନର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ।