ନୂଆଦିଲ୍ଲୀ, ଭାରତର ସକ୍ରିୟ କରୋନା ମାମଲା ଆହୁରି ୧୧,୨୧,୬୭୧ ତଳକୁ ଖସିଛି । ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୪୬,୨୮୧ ସଂଖ୍ୟା ହ୍ରାସ ପାଇଛି । କ୍ରମାଗତ ଚତୁର୍ଥ ଦିନ ମଧ୍ୟରେ ନୂଆ କରୋନା ମାମଲା ୧ ଲକ୍ଷରୁ କମ୍ ରହିଛି । ଗତ ୨୪ ଘଂଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା ୯୧,୭୦୨ ରହିଛି ।ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨,୭୭,୯୦,୦୭୩ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଲେଣି । ଗତ ୨୪ ଘଂଟା ମଧ୍ୟରେ ୧,୩୪,୫୮୦ ରୋଗୀ ସୁସ୍ଥ ହୋଇଛନ୍ତି । କ୍ରମାଗତ ଭାବେ ୨୯ ଦିନ ମଧ୍ୟରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ସୁସ୍ଥତା ହାର ୯୪.୯୩ ପ୍ରତିଶତ କୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୫.୧୪ ପ୍ରତିଶତରେ ରହିଛି । ଦୈନିକ ପଜିଟିଭିଟି ହାର ୪.୪୯ ପ୍ରତିଶତ, ଯାହାକି କ୍ରମାଗତ ଭାବେ ୧୮ ଦିନ ମଧ୍ୟରେ ଏହା ୧୦ ପ୍ରତିଶତ ତଳେ ରହିଛି ।
ପରୀକ୍ଷଣ କ୍ଷମତା ବୃଦ୍ଧି କରାଯାଇଛି – ବର୍ତ୍ତମାନ ସୁଦ୍ଧା ମୋଟ ୩୭.୪୨ କୋଟି ପରୀକ୍ଷା କରାଯାଇଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪.୬ କୋଟି ଡୋଜ ଟିକା ଦିଆଯାଇଛି ।