ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ନେହେନା ଗ୍ରାମର ଜଣେ ଯୁବକ ଘରେ କେହି ନଥିବା ଅବସ୍ଥାରେ ବିଷପାନ କରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  ।
ସୂଚନା ଅନୁଯାୟୀ, ନେହେନା ଗ୍ରାମର ଦିନେଶ ନାଏକ (୧୮) ଗତ ୪ ତାରିଖ ଦିନ ଅପରାହ୍ନରେ ଘରେ କେହିନଥିବା ସମୟରେ ବିଷପାନ କରି ଦେଇଥିଲେ  । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ ମିଶନ ଡାକ୍ତରଖାନାରେ ଭର୍ତି କରିଥିଲେ  । କିନ୍ତୁ ଶନିବାର ତାଙ୍କର ମୃତ୍ୟୁ ହୋଇଯାଇଛି  । ଏନେଇ ଦିନେଶଙ୍କ ବାପା ତ୍ରିଲୋଚନ ନାଏକ ଖଡିଆଳ ଥାନାରେ ଅଭିଯୋଗ କରି ତାଙ୍କ ପୁଅ ଗତ ୧ ବର୍ଷ ଧରି ମସ୍ତିସ୍କ ବିକୃତ ଥିବା ଦର୍ଶାଇଛନ୍ତି  । ଏନେଇ ଖଡିଆଳ ଥାନାରେ ୩୨/୨୦୧୯ରେ ଏକ ମାମଲା ରୁଜୁ ହୋଇଛି  । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ପୋଲିସ ଏସଆଇ ଏମ.ଅଲ୍ଲୀ ପ୍ରକାଶ କରିଛନ୍ତି  ।
                            
                        
	                    