
-
ଜୁଲାଇ ୧,୨୦୨୧ରୁ ଲାଗୁ ହେବ ନୂଆ ନିୟମ

୧. ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଗୁଣବତା ସମ୍ପନ୍ନ ପ୍ରଶିକ୍ଷଣ ପ୍ରଦାନ ପାଇଁ ପ୍ରଶିକ୍ଷଣ କେନ୍ଦ୍ରଗୁଡିକରେ ସିମୁଲେଟର ଓ ସ୍ୱତନ୍ତ୍ର ଡ୍ରାଇଭିଂ ଟେଷ୍ଟ ଟ୍ରାକ ରହିଥିବ ।
୨ ମୋଟରଯାନ ଅଧିନିୟମ, ୧୯୮୮ ଅନୁଯାୟୀ ଆବଶ୍ୟକତା ଅନୁସାରେ ଏହି କେନ୍ଦ୍ରଗୁଡିକରେ ଉପଚାରାତ୍ମକ ଓ ରିଫ୍ରେଶର ପାଠ୍ୟକ୍ରମ ଉପଲବ୍ଧ ହେବ ।
୩. ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷଣ କେନ୍ଦ୍ରରୁ ସଫଳତାର ସହ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀମାନେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ବେଳେ ଡ୍ରାଇଭିଂ ଟେଷ୍ଟ ଦେବାରୁ ଛାଡ ପାଇବେ । ଏବେ ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା ଡ୍ରାଇଭିଂ ଟେଷ୍ଟ ନିଆଯାଉଛି । ସ୍ୱୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ରରୁ ତାଲିମ ନେବା ପରେ ସହଜରେ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ ।
୪. ଏହି କେନ୍ଦ୍ରଗୁଡିକ ବଜାର ଆବଶ୍ୟକତାକୁ ଭିତି କରି ପ୍ରଶିକ୍ଷଣ ଦେଇପାରିବେ ।
ଭାରତୀୟ ସଡକ ପରିବହନ କ୍ଷେତ୍ରରେ ଦକ୍ଷ ଡ୍ରାଇଭରଙ୍କ ଅଭାବ ପ୍ରମୁଖ ସମସ୍ୟା ପାଲଟିଛି । ଏହାସହିତ ଚାଳକମାନେ ସଡକ ନିୟମ ଜାଣି ନଥିବାରୁ ବହୁ ଦୁର୍ଘଟଣା ଘଟୁଛି । ମୋଟର ଯାନ (ସଂଶୋଧିତ) ଅଧିନିୟମ ୨୦୧୯ର ଧାରା ୮ ଅନୁଯାୟୀ କେନ୍ଦ୍ର ସରକାର ଚାଳକ ପ୍ରଶିକ୍ଷଣ କେନ୍ଦ୍ରର ସ୍ୱୀକୃତି ସମ୍ପର୍କରେ ନିୟମ ପ୍ରଣୟନ କରିବାକୁ ଅଧିକାରପ୍ରାପ୍ତ ।