କୋରେଇ – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ପଂଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାକୁ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ୧୨ ଘଂଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଥିଲା । ଏହି କ୍ରମରେ କୋରାଇ ବିଜେପି ପକ୍ଷରୁ ପାଣିକୋଇଲି ଠାରେ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ଥାନା ସମ୍ମୁଖରେ ରାଜପଥ ଅବରୋଧ କରାଯାଇଥିଲା । ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଘଟଣାସ୍ଥଳେ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ପୁଲିସ ବାହିନୀ ସେଠାରେ ପହଂଚି ସେମାନଙ୍କୁ ରାସ୍ତାରୁ ଉଠାଇନେବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ଓ କିଛି ସମୟ ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା । ବିଜେପି ପକ୍ଷରୁ ପ୍ରକାଶ ଧଳଙ୍କ ନେତୃତ୍ୱରେ ସମିତିସସଭ୍ୟ ପ୍ରମୋଦ କୁମାର ସାହୁ, ଗଭିନ ଦଳେଇ,ସରପଂଚ ଦିପ୍ତିମୟୀ କୁଅଁର, ଯୁବନେତା ପ୍ରମୋଦ ସାହୁ, କରୁଣାକର ମାଝୀ, ଶଶିଭୂଷଣ ସେନାପତି, ରବିନ୍ଦ୍ର ବେହେରା, ବିଷ୍ଣୁ ରଥ, ପ୍ରଶାନ୍ତ ଗୁରୁ, ଜତିନ ଦାସ, ଶୁସାନ୍ତ ପରିଡା, ସଂଜୟ ବାରିକ, ସାରସ ସାହୁ, ରବିନ୍ଦ୍ର ପଣ୍ଡା, ଅକ୍ଷୟ ନାୟକ, ଦିଗମ୍ବର ନାୟକ, ସଂଜୟ ଦାସ, ମନୋଜ ବାରିକ, ମାନସ ଦାସ, ରମାକାନ୍ତ ବେହେରା, ବିଦ୍ୟାଧର ତରାଇ ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।