
ସାକ୍ଷିଗୋପାଳ, ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରୁ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅଳଗୁମ ପଚାଂୟତରୁ ଜଣେ, ବଳରାମପୁର ପଚାଂୟତରୁ ୨ ଜଣ, ଜୟପୁର ପଚାଂୟତରୁ ୨ ଜଣ, କାଦୁଆ ପଚାଂୟତରୁ ୨ ଜଣ, ମଧୁବନ ପଚାଂୟତରୁ ଜଣେ ଏବଂ ମୂଳ ଅଳସା ପଚାଂୟତରୁ ଜଣେ ଆକ୍ରାନ୍ତ ରହିଛନ୍ତି । ସେହିପରି ନରେନ୍ଦ୍ରପୁର ପଚାଂୟତରୁ ଜଣେ, ନୂଆ ସୋମେଶ୍ୱରପୁର ପଚାଂୟତରୁ ୨ ଜଣ, ପେଣ୍ଠପଡା ପଚାଂୟତରୁ ଜଣେ, ସାଣ୍ଡରାହାଟ ପଚାଂୟତରୁ ଜଣେ ଏବଂ ସୁକଳ ପଚାଂୟତରୁ ଜଣେ ଆକ୍ରାନ୍ତ ରହିଛନ୍ତି ।