
ପୁରୀ, ପୁରୀ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୨୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୨୩ ଜଣ, ବ୍ରହ୍ମଗିରିରୁ ୧୦ ଜଣ, ଡ଼େଲାଙ୍ଗ ବ୍ଲକରୁ ୬, ଗୋପ ବ୍ଲକରୁ ୨୪, କାକଟପୁର ବ୍ଲକରୁ ୨୧ ଜଣ ଏବଂ କଣାସ ବ୍ଲକରୁ ୪ ଜଣ, କୃଷ୍ଣପ୍ରସାଦ ବ୍ଲକରୁ ୩ ଜଣ ଓ ନିମାପଡ଼ା ବ୍ଲକରୁ ସର୍ବାଧିକ ୩୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ନିମାପଡ଼ା ବିଜ୍ଞାପିତ ଅଂଚଳରୁ ୨ ଜଣ, ପିପିଲି ବ୍ଲକରୁ ୨୬ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ୪ ଜଣ, ପୁରୀ ସଦର ବ୍ଲକରୁ ୨୫ ଜଣ ଏବଂ ପୁରୀ ପୌରାଚଂଳରୁ ୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୧୫ ଜଣ ଓ ଅନ୍ୟ ଜିଲ୍ଲାରୁ ଆସି ପୁରୀ ଜିଲ୍ଲାରେ ରହିଥିବା ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟର ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ୪୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।