
ଭଦ୍ରକ, ଭଦ୍ରକ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୨୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୫୪୦ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନ୍ୟ ଜିଲ୍ଲାରୁ ବାଲେଶ୍ୱର ଜିଲ୍ଲାର ସିମୁଳିଆ, ଖଇରା ବ୍ଲକ, ଯାଜପୁର ଜିଲ୍ଲାର କୋରେଇ ଓ କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ୨୭୭୮ଜଣ ସକ୍ରିୟ ରୋଗୀ ରହିଛନ୍ତି । ଗତକାଲି ୧୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୧୬, ୫୬୬ ରେ ପହଂଚିଛି । କରୋନାର ଦ୍ୱିତୀୟ ଲହରରେ ଅଦ୍ୟାବଧି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୪ ରହିଛି ।