
-
୫ମାସ ମଧ୍ୟରେ ୪୩ଥର ଦରବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ – ଜ଼ିଲ୍ଲା କଂଗ୍ରେସ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଡିଜେଲ,ପେଟ୍ରୋଲ,ରନ୍ଧନ ଗ୍ୟାସ ଦରବୃଦ୍ଧି ସହ ଦେଶରେ ଆର୍ଥିକ ମାନ୍ଦା ଅବସ୍ଥା,ଉତ୍କଟ ବେକାରୀ ସମସ୍ୟା ବୃଦ୍ଧି, ନୀତି ବ୍ୟବହୃତ ଖାଦ୍ୟ ସାମଗ୍ରୀ ର ଆକାଶ-ଛୁଆଁ ଦରବୃଦ୍ଧି ଏବଂ ମଜୁରୀ ଓ ରୋଜଗାର କମିବା ଉପରେ ଆଜି ପୁରୀ ଜ଼ିଲ୍ଲା କଂଗ୍ରେସ ର ସଦସ୍ୟ ଗଣ ଓ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଙ୍କ ନେତୃତ୍ୱରେ ରେ ପୁରୀ ବଡଦାଣ୍ଡ ମେଡିକାଲ ଛକ ନିକଟ ପେଟ୍ରୋଲ ପମ୍ପ ରେ ଗଣ ବିକ୍ଷୋଭ ସହ ପ୍ରତିବାଦ ଜାହିର କରିଥିଲେ | ଏହାପ୍ରତି ବିରୋଧ ଭାଷଣ ରେ କହିଥିଲେ କି କରୋନା ର ୨ୟ ଲହର ସାରା ଦେଶ କୁ କବଳିତ କରିଥିବା ବେଳେ କେନ୍ଦ୍ର ର ମୋଦି ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ର ଦରବୃଦ୍ଧି କରିବାରେ ଲାଗିଛନ୍ତି | ଓଡିଶା ରାଜ୍ୟ ସହ ଅନେକ ରାଜ୍ୟ ରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ଟଙ୍କା ପାର ହୋଇଛି | ଜନସାଧାରଣ ଙ୍କୁ ଏହା ଅତ୍ୟନ୍ତ ପୀଡାଦାୟକ ହୋଇଛି |ଯାହାଦ୍ୱାରା ଘରୋଇ ସାମଗ୍ରୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶ ଛୁଆଁ ହୋଇଛି | ବିଗତ ୧୩ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ଟ ୨୫.୭୨ ପଇସା ଓ ଡିଜେଲ ଦର ଟ ୨୩.୯୩ଟଙ୍କା ବଢ଼ାଇଥିଲା ବେଳେ ଏହି ବର୍ଷ ର ଗତ ୫ମାସ ମଧ୍ୟରେ ୪୩ଥର ଦରବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ | ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କୁ ଲୁଟିବା ଓ ଅବିଳମ୍ବେ ତୈଳଜାତ ଦ୍ରବ୍ୟ ର ଦର କୁ ହ୍ରାସ କରିବା ଦାବିରେ ଆଜି ନଗର କଂଗ୍ରେସ ଓ ପୁରୀ ଜ଼ିଲ୍ଲା କଂଗ୍ରେସ ର ବରିଷ୍ଠ ସଦସ୍ୟ ଗଣ ପ୍ରତିବାଦ କରିଥିଲେ | ପୁରୀ ଜ଼ିଲ୍ଲା କଂଗ୍ରେସ ର ଉପସଭାପତି ବୀରେନ୍ଦ୍ର ହୋତା, ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ, ଲିଗାଲ ସେଲ ଅଧ୍ୟକ୍ଷ କାଳୀ ପ୍ରସାଦ ନାୟକ, ଜ଼ିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୁକାନ୍ତ ପ୍ରଧାନ, ନଗର କଂଗ୍ରେସ ସମ୍ପାଦକ ଆର୍ତତ୍ରାଣ ସାହୁ, ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଛାତ୍ର ନେତା ରିସାନ ଦାସ ଙ୍କ ସହ ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ପ୍ରତିବାଦ ଓ ବିକ୍ଷୋଭ ଜାହିର କରିଥିଲେ |