
ଭୁବନେଶ୍ୱର,ବରଗଡ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀ ଭିତରେ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ଜଣା ପଡିଛି । ପୋଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳରେ ଏକ ଜଙ୍ଗଲରେ ମାଓବାଦୀ ରହିଥିବା ଗୁପ୍ତ ସୂଚନା ପାଇବାପରେ ଗତ ରାତିରେ ପୋଲିସ ଡିଭିଏଫ ଏବଂ ଏସଓଜି ଯବାନ ମିଳିତ ଅପରେସନ କରିଥିଲେ ଓ ସେଠାରେ ଗୁଳି ବିନିମୟରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ଜଣା ପଡିଛି ।