
ଭୁବନେଶ୍ୱର, ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ଘଟିଛି । ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଉଲ୍ଲେଖନୀୟ ଯେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ରେ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ମିଳିତ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ସେ ବୈପବ୍ଲିକ ପରିବର୍ତନ ଆଣିଥିଲେ । ପ୍ରଫେସର ରାଧାମୋହନ ପୂର୍ବରୁ ଓଡିଶାର ସୂଚନା କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ ।