ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୫୨୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୨୪୬୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୭୭୨୯୭୨ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୬୬୨୨୬ ରହିଛି । ଆଜି ଚିହ୍ନଟ ହୋଇଥିବା ୫୨୩୫ ଜଣଙ୍କ ମଧ୍ୟରୁ ୨୯୫୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୨୭୮ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୭୨୬ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨୦ ଜଣ, ବରଗଡ଼ରୁ ୧୧୮ ଜଣ, ଭଦ୍ରକରୁ ୨୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୮୩ , କଟକରୁ ୫୫୭ ଜଣ, ଦେବଗଡ ଜିଲ୍ଲାରୁ ୧୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୭ ଜଣ, ଗଜପତି ଜିଲ୍ଲାରୁ ୨୩ , ଗଞ୍ଜାମରୁ ୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୪୮ ଜଣ, ଯାଜପୁରରୁ ୩୯୪ ଜଣ, ଝାରସୁଗୁଡ଼ାରୁ ୨୭ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳ ଜିଲ୍ଲାରୁ ୩୭ ଜଣ. କେନ୍ଦ୍ରାପଡ଼ାରୁ ୨୩୭ ଜଣ, କେନ୍ଦୁଝରରୁ ୧୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୭୨୬ ଜଣ, କୋରାପୁଟରୁ ୧୨୭ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୮୫ ଜଣ, ନବରଙ୍ଗପୁରରୁ ୧୮୬ ଜଣ, ନୟାଗଡ଼ରୁ ୧୩୨ ଜଣ, ନୂଆପଡ଼ାରୁ ୧୩ ଜଣ, ପୁରୀରୁ ୨୩୪ ଜଣ, ରାୟଗଡ଼ାରୁ ୧୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୬୬ ଜଣ, ସୋନପୁରରୁ ୩୪ ଜଣ, ସୁନ୍ଦରଗଡ଼ରୁ ୨୫୧ ଜଣ ଓ ଷ୍ଟେଟ୍ ପୁଲରୁ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।