
ଜଗତସିଂହପୁର, କରୋନା କଟକଣା ଉଲ୍ଲଙ୍ଘନ ସହ ରଜ ପାଇଁ ପ୍ରବଳ ଭିଡ଼ ହୋଇଥିବାରୁ ଏରସମା ଓ ବାଲିତୁଠ ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।