ତିନି ରଥର ୪୨ ଚକ ମଧ୍ୟରୁ ଆଜି ସୁଦ୍ଧା ୩୯ ଟି ଚକର ନିର୍ମାଣ ଶେଷ ।ଶେଷ ୩ ଗୋଟି ଚକ ର ତୁମ୍ବ ରେ ଅର ସଂଯୋଗ ହୋଇ ପଇ ପିନ୍ଧା ଯାଇ ପଇ ପଇ ବାନ୍ଧେଣି ନିମନ୍ତେ ପଇ କଳସା ଚାଲିଛି ।
ଆସନ୍ତା କାଲି ଚକ ନିର୍ମାଣ ଶେଷ ହେବ ବୋଲି ଆଶା ରହିଛି ।ତିନି ରଥ ର ଚକଅଖ କୁ ବାନ୍ଧି ରଖିବାପାଇଁ ରଥର ‘ତେଚିସ’ବା ଦଣ୍ଡାରେ ଅନ୍ୟ ଅଂଶ ଗୁଡିକ ଖଞ୍ଜାଯାଇ ମାପ ପ୍ରକାରେ ସେଟ କରାଯାଉଅଛି |ଯଥା- ପାଞ୍ଚ ଦଣ୍ଡା ଏବଂ ପାର୍ଶ୍ୱ ଦଣ୍ଡାରେ ମୁହାଁଟ ସଂଯୋଗ ହୋଇ, ମୁହାଁଟ ଉପରେ କୋଣ ଗୁଜ ଏବଂ ଜଳଯନ୍ତ୍ର ଖଞ୍ଜା ଯାଇ, ଏହି କୋଣ ଗୁଜ ଓ ଜଳଯନ୍ତ୍ର ଉପରେ ନିରାଡ଼ି ପଡ଼ି ଫିଟିଙ୍ଗ କରାଯାଇଛି ।ଏହା ସମ୍ପୁର୍ଣ୍ଣ ହୋଇ ନମ୍ବରିଙ୍ଗ ପରେ ଦଣ୍ଡାରେ ଲାଗିଥିବା ସମସ୍ତ ଅଂଶ ଖୋଲାଯାଇ ସାଇତି ରଖାଯିବ |ସମସ୍ତ ଚକା ନିର୍ମାଣ ସରି ଅଖ ସଂଯୋଗ ପରେ ଶେଷ ହୋଇଥିବା ଦଣ୍ଡା ବା ଚେଚିସ ରଥରେ ସେଟିଙ୍ଗ ହେବ ।
ରୂପକାର ସେବକ ମାନଙ୍କ ଦ୍ୱାରା ତିନିରଥର କୋଣଗୁଜ ଗୁଡିକରେ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଏହା ପରେ ନାଟ ଗୋଡ଼ରେ ରୂପ ଖୋଦେଇ କାମ ଆରମ୍ଭ ହେବ ।ଦେବଦଳନ ରଥର ୨ ଟି ଗରଗରାର ଚଉପଟ କାମ ଶେଷ ହୋଇଥିବା ବେଳେ, ତାଳଧ୍ଵଜ ଏବଂ ନନ୍ଦିଘୋଷରଥର ଗୋଟିଏ ଲେଖାଁଏ ଗରଗରା ର ଚଉପଟ କାମ ଶେଷ ହୋଇ ଆଉ ଗୋଟିଏ ଗରଗରାର ଚଉପଟ କାମ ଚାଲୁ ରହିଛି ।ଦୋଳବେଦୀ ଠାରେ ନନ୍ଦିଘୋଷ ରଥ ର ପୋଲ ଗୟଳ ଚିରଟ କାମ କରତି ସେବକଙ୍କ ଦ୍ଵାରା ଚାଲୁଅଛି ।ଦୋଳବେଦୀ ସ୍ଥ ଅସ୍ଥାଇ କମାରଶାଳରେ ତିନି ରଥର ଓଝାସେବକ ମାନେ ବିଡ଼ିଆ କଣ୍ଟା,୨୨ ଟି ଯୋଖା କଣ୍ଟା ୩୨ ଗୋଟି, ନିର୍ମାଣସହ ରଥର ତାଳଭାଗ (ଦଣ୍ଡା କାମ ପାଇଁ)ଅଗପାତେଳି ଓ ଚଉରସ କଣ୍ଟା ନିର୍ମାଣ କରୁଛନ୍ତି ।
Related Stories
November 23, 2024