କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
କରୋନା- ୧୯ ୨ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ରାମକୃଷ୍ଣ ମିଶନ ଆଶ୍ରମ ପକ୍ଷରୁ ପୁରୀ ସହରର ୧୦୦ଜଣ ଅଟୋ-ଚାଳକଙ୍କ ପରିବାରକୁ ରାଶନ ସାମଗ୍ରୀ ବିତରଣ କରାଯାଇଅଛି । ପ୍ରତ୍ୟେକ ପରିବାରକୁ ୫କି.ଗ୍ରା ଉସୁନା ଚାଉଳ, ୧କି.ଗ୍ରା. ହରଡ଼ଡାଲି, ୧କି.ଗ୍ରା. ଗହମ ଅଟା, ୨କି.ଗ୍ରା. ବିଲାତି ଆଳୁ,୧କି.ଗ୍ରା. ପିଆଜ, ୧ ଲିଟର ସୋରିଷ ତେଲ, ୧କି.ଗ୍ରା. ଲୁଣ, ୩୦୦ଗ୍ରାମ ସୋୟା ବଢ଼ି,ବିସ୍କୁଟ ୩୦୦ଗ୍ରାମ ବ୍ରିଟାନିଆ ମାରୀ) ଏବଂ ୨ଟି ସାବୁନ (୧୨୫ଗ୍ରାମ ପ୍ରତ୍ୟେକ) ଆଶ୍ରମ ପରିସରରେ ସାମଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯାଇ ବଣ୍ଟନ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ ସ୍ୱାମୀ ଆପ୍ତେଶ୍ଵରାନନ୍ଦଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ,ସ୍ୱାମୀ ଯୋଗପୂର୍ଣ୍ଣାନନ୍ଦଙ୍କ ସୁପରିଚାଳନା ଏବଂ ଆଶ୍ରମର ସମସ୍ତ ସନ୍ୟାସୀ, ବ୍ରହ୍ମଚାରୀ, ଆଶ୍ରମ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ଧନଞ୍ଜୟ ଦାସ ଏବଂ ଶ୍ରୀଯୁକ୍ତ ମଣିରାମ ବାବୁ,ସେଛାସେବୀ, ଶ୍ରୀଯୁକ୍ତ ରମେଶଚନ୍ଦ୍ର ନାୟକ, ଶ୍ରୀ ସୁଶାନ୍ତ କୁମାର ନାୟକ, ଆଶ୍ରମର ସେବକ-ବୃନ୍ଦଙ୍କ ସହଯୋଗରେ ସମାପନ ହୋଇଥିଲା।
Related Stories
November 23, 2024