ଦେବଗଡ଼ – ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗ୍ରାମରେ ପାଣି ଡେକଚିରେ ବୁଡି ୨ ବର୍ଷିୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁର ନାମ ପ୍ରିନ୍ସ ସାହୁ ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ଘରେ ଖେଳୁଥିବା ବେଳେ ଅସାବଧାନତାବଶତଃ ଧାନ ସିଝାଇବା ପାଇଁ ବ୍ୟବହୃତ ଏକ ବଡ ଡେକଚିରେ ଖସି ପଡି ପ୍ରାଣ ହରାଇଥିଲେ । ତାଙ୍କ ମାଆ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ପ୍ରିନ୍ସଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।