-
ଆମ୍ବ ପଣସ ବାସ୍ନା ରେ ମହକିଲା
Related Stories
November 23, 2024
ପୁରୀ,ଆଜି ସାବିତ୍ରୀ ବ୍ରତ l ସଧବା ନାରୀ ଙ୍କ ମହାନ ପର୍ବ l ଶ୍ରୀକ୍ଷେତ୍ର ସକାଳୁ ଚଳଚଞ୍ଚଳ l ଘରେ ଘରେ ଆମ୍ବ ପଣସ ର ବାସ୍ନା l କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ରେ ସାବିତ୍ରୀ ଠାକୁରାଣୀ ଙ୍କ ଦର୍ଶନ ବନ୍ଦ l ଚାରିପଟେ ଜଗିଛି ପୋଲିସ l ଯେକୌଣସି ଠାକୁର ଙ୍କ ଦର୍ଶନ ପାଇଁ କଥିତ ସତ୍ୟବାନମାନେ ସାବିତ୍ରୀ ଙ୍କୁ ବାଇକି ରେ ବସେଇ ଗଳିକନ୍ଦି ବୁଲୁଥିବା ଦେଖିବାକୁ ମିଳୁଛି l ସଧବା ନାରୀମାନେ ସକାଳୁ ଶୁଦ୍ଧପୁତ ଭାବେ ସ୍ନାନ କରି ସାବିତ୍ରୀ ଭୋଗଡାଲା ସଜାଡ଼ିଥିଲେ l ମହାସତୀ ସାବିତ୍ରୀ ସତ୍ୟବାନ ଙ୍କୁ ଯମ ଙ୍କ ପାଖରୁ ଜୀବନ ଫେରାଇ ଆଣିଥିବା କଥିତ ଅଛି l ସାବିତ୍ରୀ, ସତ୍ୟବାନ ଓ ଯମ ଦେବତା ଙ୍କୁ ପୂଜା କରାଯାଇଥାଏ l ପ୍ରସାଦ ଭାବେ ଫଳ ମୂଳ ସେବନ କରିଥାନ୍ତି l ସ୍ୱାମୀ ଙ୍କ ଜୀବନ ସୁଖମୟ ପାଇଁ ଏହିବ୍ରତ କରାଯାଇଥାଏ l ଉତ୍କଳୀୟ ସଂସ୍କୃତି ରେ ସଧବା ନାରୀମାନେ ନୂଆଲୁଗା ପିନ୍ଧି ପୂଜା କରି ମୁଣ୍ଡରେ ଓଢଣା ଦେଇ ସ୍ୱାମୀ ଙ୍କ ଦୁଇ ପାଦ କୁ ସ୍ପର୍ଶ କରି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା l ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ର ମହନୀୟତା ଏହିପୂଜା ଦିନ ପ୍ରତିଫଳିତ ହୋଇଥାଏ l