
ଗଞ୍ଜାମ, ରାଜ୍ୟରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ପଦବୀ ସୃଷ୍ଟି କରାଯାଇଛି । ପଦୋନ୍ନତି ପାଇଥିବା ୨୨ ଜଣ ସେକ୍ସନ ଅଫିସରଙ୍କୁ ଉପାଧି ପ୍ରାପ୍ତ ଅଫିସର ତଥା ଏଷ୍ଟାବ୍ଲିସମେଂଟ ଅଧିକାରୀ ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଯୁକ୍ତି ଦେଇଛି । ରାଜ୍ୟ ସରକାରଙ୍କ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲା ମାନଙ୍କୁ ନୂତନ ସାଧାରଣ କ୍ୟାଡ଼ର ନିୟମ ଅନୁସାରେ ପଦୋନ୍ନତି ବ୍ୟବସ୍ଥା କରାଯାଇଛି । ୨୦୧୯ ରେ ଏଷ୍ଟାବ୍ଲିସମେଂଟ ଅଧିକାରୀ ଓ ସିନିୟର୍ ଏଷ୍ଟାବ୍ଲିସମେଂଟ ଅଧିକାରୀ ଏହିପରି ଦୁଇଟି ନୂତନ ପଦୋନ୍ନତି ପଦବୀ ସୃଷ୍ଟି କରାଯାଇଛି । ଓପିଏସସିର ଅନୁମୋଦନ କ୍ରମେ ଜିଲ୍ଲାର ୨୨ଟି ସେକ୍ସନ ଅଫିସରଙ୍କୁ କ୍ୟାଡ଼ର ନିୟମ ଅନୁସାରେ ପଦୋନ୍ନତି ଦିଆଯିବା ସହ ସେମାନଙ୍କୁ ନୂତନ ପଦବୀ ତଥା ଏଷ୍ଟାବ୍ଲିସମେଂଟ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ଏଭଳି ପଦକ୍ଷେପ ନିଆଯାଇଥିବାରୁ ଗଞ୍ଜାମ ଜିଲ୍ଲା ଅମଲା ସଂଘ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।