ଜୟପାଟଣା – କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଭୌଗୋଳିକ ପରିସୀମା ମଧ୍ୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ସୃଷ୍ଟି ହେଲା । ଗୋପିନାଥପୁର, ଅଡ଼୍ରି, ମାଳିଗାଁ, ପାଡେ଼ପଦର, ଘୁଟୁଖାଲ ଆଦି ପଂଚାୟତର ଅନେକାଂଶ ଇଲାକା ଜଳ ଭଣ୍ଡାର ମଧ୍ୟରେ ବିଲୀନ ହେଲାପରେ ଲୋକଙ୍କୁ ବିସ୍ଥାପିତ କରାଗଲା ।
କିନ୍ତୁ ଆବଶ୍ୟକ ସମ୍ବଳ ଜୁଟାଇବାରେ ବିଫଳ ହୋଇଥିବା ମଣିଷମାନେ ସେହି ଅଂଚଳରେ ହିଁ ଉଚ୍ଚ ସ୍ଥଳୀମାନ ଦେଖବ ଗାଁ ବସେଇଦେଲେ ।ଏହି ପ୍ରଭାବିତ ଲୋକମାନଙ୍କ ଗମନାଗମନ ସୁବିଧା, ସାମାଜିକ ସମ୍ପର୍କ ଓ ଅର୍ଥନୀତି ସାଙ୍ଗରେ ଉଭୟ ପାଶ୍ୱର୍ର ସମ୍ପର୍କ ଯୋଡ଼ି ହୋଇଥିବାରୁ ଲୋକେ ଜଳ ଭଣ୍ଡାର ଆରମ୍ଭରୁ ହିଁ ଏକ ସମ୍ପର୍କରସେତୁ ପାଇଁ ଦାବି କରି ଆସୁଥିଲେ । ଇତି ମଧ୍ୟରେ ଚାରି ଚାରି ଥର ଟେଣ୍ଡର ଆହ୍ୱାନ କରି ପୁନର୍ବାର ବାତିଲ ହେଉଥିବା ଘଟଣାକୁ ଏବେ ଆଉ ଲୋକେ ହଜମ କରି ପାରୁନାହାନ୍ତି । ଏହି ଘଟଣାକୁ ସରକରଙ୍କର ଇଚ୍ଛା ଶକ୍ିର ଅଭାବ ବୋଲି ଲୋକେ ଆଖ୍ୟା ଦେଉଥବବା ବେଳେ ଏବେ ବିରୋଧି ଦଳ ନେତା ପ୍ରଦୀପ କୁମାର ନାଏକ ସମ୍ପୃକ୍ତ ମନ୍ତ୍ରୀଙ୍କୁ ବି୍ରଜ ତିଆରି ସମ୍ପର୍କରେ ଚିଠି ଲେଖିବା ଘଟଣା ଅଂଚଳର ଲୋକଙ୍କ ପାଇଁ ଆଉ ଏକ ନୂତନ ଆଶାର ଜାଗୃତି କରିଛି । ଇନ୍ଦ୍ରାବତି ଜଳ ଭଣ୍ଡାର କାର୍ଯ୍ୟ ଆରମ୍ଭ ହେବା ପରେ ତତ୍ ସଂଲଗ୍ନ କୋକେଲପଦର ପାଖରେ ଏକ ପଙ୍କ ଅବରୁଦ୍ଧ ସେତୁର କାର୍ଯ୍ୟାରମ୍ଭ ହେଲା । ଏହି ପଙ୍କ ଅବରୁଦ୍ଧ ସେତୁ ଜଳ ଭଣ୍ଡାରର ଜଳ ପତନର ଉର୍ଦ୍ଧରେ ରହିଥିବାରୁ ଲୋକଙ୍କ ଯାତାୟତର ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟକ୍ଷମ ହେବାର ଚିନ୍ତା କରାଯାଇଥିଲା । କିନ୍ତୁ ପୂର୍ଣ୍ଣାଙ୍ଗ ହେବା ପରେ ପରେ ସେତୁ ଭାଙ୍ଗି ଯିବା ସହିତ ଲୋକଙ୍କ ସମସ୍ତ ସମ୍ଭାବନା ପାଣିରେ ମିଶିଗଲା । କାଠ ଡଙ୍ଗାରେ ଭରଷା କରି ସବୁବେଳେ ଆଶଙ୍କା ମଧ୍ୟରେ ଦିନ କାଟୁଥିବା ଲୋକଙ୍କ ଜୀବନ ଯାତ୍ରା ଦୁର୍ବିସହ ହୋଇପଡ଼ିଲା । ଜଳ ଭଣ୍ଡାର ପୂର୍ଣ୍ଣାଙ୍ଗ ହେବାପରେ ଡଙ୍ଗା ବୁଡ଼ିରେ ଅନେକ ଲୋକଙ୍କ ଜୀବନ ଗଲା । ପ୍ରଶାସନର ତପôରତା ମଧ୍ୟ ବଢ଼ିଲା । ତକ୍ରାଳୀନ ଜିଲ୍ଲାପାଳ ଡ. ବୃନ୍ଦା ଡି ସମୟରେ ପ୍ରଥମ ଟେଣ୍ଡର ଆହ୍ୱାନ କରାଗଲା । କେନ୍ଦୁଗୁଡ଼ା ଘାଟରରେ ଏକ ହାଇଲେବୁଲ ବି୍ରଜ୍ ତିଆରି ପାଇଁ ୪୬ କୋଟି ଟଙ୍କା ମଂଜୁର ହୋଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ସହିତ ବାଲିତ ପ୍ରକ୍ରିୟା ମଧ୍ୟ ଯୋଡ଼ି ହୋଇଗଲା । ଏବେ ଓଡ଼ିଶା ରାଜ୍ୟ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକ ୱାର୍କ, ଷ୍ଟିଲ ଓ ଖଣି ମନ୍ତ୍ରୀଙ୍କୁ ଏହି ବି୍ରଜ୍ ଜଳବନ୍ଦୀ ଅଂଚଳ ସହିତ ଗୋପିନାଥ, ଅଡ଼୍ରି, ମାଳିଗାଁ, ତଳନାଗି, ପୋଡ଼ାପଦର ଅଂଚଳର ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ବିକାଶର ବାର୍ତା ଦେବାର ସମ୍ଭାବନା ରହିଥିବା ହେତୁ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ କେନ୍ଦୁଗୁଡ଼ା ଠାରେ ପ୍ରସ୍ତାବିତ ବି୍ରଜକୁ ଯଥା ଶୀଘ୍ର ସମସ୍ଥ ଇଚ୍ଛାଶକ୍ତି ଏକଜୁଟ କରି ସେତୁକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ଜଣାପଡ଼ିଛି । ସରକା ଏହି ଅଂଚଳର ଜନ ସାଧାରଣଙ୍କ ସ୍ୱରକୁ ଉପେକ୍ଷା କରି ଚାଲିଥିବା ବେଳେ ବ୍ରିଜ୍ ତିଆରି ନେଇ ବିଳମ୍ବ ଘଟିଲା । ଏହାକୁ ନେଇ ଏକ ରାଜନୈତିକ ମୁଦ୍ଧା ସହିତ ବଡ଼ ଧରଣର ଆନେ୍ଦାଳନ ପାଇଁ ଲୋକେ ପ୍ରସ୍ତୁତ ହେଉଥିବା ଅଭାସ ମିଳୁଛି ।