
ସାବିତ୍ରୀ ଅମାବାସ୍ୟାରେ ଭକ୍ତମାନଙ୍କୁ ସୁଲଭ ମୂଲ୍ୟରେ ଅଭଡ଼ା ଯୋଗାଇ ଦେବାପାଇଁ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି |ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଜି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ମାପଚୁପ କରାଯାଇ ସ୍ୱତନ୍ତ୍ର ଭାବେ ଟେଣ୍ଟ କରାଯିବ | ଭକ୍ତମାନଙ୍କ ପାଇଁ ୱେଟିଙ୍ଗ ସ୍ଥଳ, ପାନୀୟ ଜଳ , ଗାଡି ପାର୍କିଙ୍ଗ ଓ ୧୦ ଟି କାଉଣ୍ଟର ମାଧ୍ୟମରେ ଅଭଡ଼ା ସଂଗ୍ରହ ବ୍ୟବସ୍ଥା କରାଯିବ |
ୱେଟିଙ୍ଗ ସ୍ଥଳରେ ୨୫୦ ରୁ ୩୦୦ ଭକ୍ତଙ୍କ ପାଇଁ ଚେୟାର ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ |ଭକ୍ତମାନେ ସୁଲଭ ଦରରେ ଟୋକାନ ମାଧ୍ୟମରେ କରୋନା କଟକଣା ପାଳନ ପୂର୍ବକ ଅଭଡ଼ା ସଂଗ୍ରହ କରିପାରିବେ |ପୋଲିସ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଵିଶାଲ କନୱର ସିଂ କହିଛନ୍ତି |ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି ୮୦୦୦ ରୁ ୧୦୦୦୦ ଭକ୍ତଙ୍କ ପାଇଁ ଅଭଡ଼ା ବ୍ୟବସ୍ଥା କରାଯିବ |ଶ୍ରୀମନ୍ଦିର ଉର୍ନ୍ନୟନ ପ୍ରଶାସକ ଏବଂ ସୁଆର ମହାସୁଆର ନିଯୋଗର ସମ୍ପାଦକ ଙ୍କ ଉପସ୍ଥିତରେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ମାପଚୁପ କରାଯାଇ ସ୍ଥାନ ନିର୍ଧାରଣ କରାଯାଇଛି |ଭକ୍ତମାନେ ଯେଭଳି କୌଣସି ଅସୁବିଧା ସମ୍ମୁଖୀନ ନ ହେବେ ସେଥିପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି |