ଆଜି ସୁଧା ତିନିରଥର ୩୮ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି । ଯନ୍ତାଗାଡ଼ ରେ ତିନିରଥର ଶେଷତିନି ଚକ ତୁମ୍ଵରେ ସିଙ୍ଗଡ଼ା କଣ୍ଟା ଵାଡ଼ିଆ କାର୍ଯ୍ୟ ଶେଷ ।ତିନିରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ସାଲ କାମ ଶେଷ ହୋଇଅଛି। ତିନିରଥର ପାର୍ଶ୍ୱ ଦଣ୍ଡା ଚଉପଟକାର୍ଯ୍ୟ ଚାଲିଛି ।ତିନିରଥର ଚାରିନାହାକା ଶେଷ |ତିନିରଥର ଦଣ୍ଡାରେ ଖଞ୍ଜା ହେବା ପାଇଁ ଆଗ ମୁହାଁଟ, ପଛ ମୁହାଁଟ ରେ ବିନ୍ଧ ଖୋଦେଇ ଶେଷ ।
ତାଳଧ୍ଵଜ ରଥ,ନନ୍ଦିଘୋଷ ରଥର ଗରଗରା ଚଉପଟ କାମ ଚାଲୁ ରହିଛି |ଦେବଦଳନ ରଥର ଗରଗରା ଚଉପଟ ସରି ବିନ୍ଧ ଖୋଦେଇ ଚାଲୁଅଛି ।ଦେବଦଳନ ରଥର ତିନୋଟି’ଢମକ’ ରୁ ଏକଟିର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।ତାଳଧ୍ଵଜ ରଥର ୧୬ ଟି କୋଣଗୁଜ ମଧ୍ୟରୁ ୧୩ ଟିରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଶେଷ ହୋଇ ଶେଷେ ୩ ଟି କୋଣଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରୀରହିଛି ।ଦେବଦଳନ ରଥର ୧୨ ଗୋଟି କୋଣଗୁଜ ମଧ୍ୟରୁ ୮ ଟି କୋଣଗୁଜରେ ରୂପ ଖୋଦେଇ ଶେଷ ହୋଇଛି|
ଆଉ ୨ଟି କୋଣଗୁଜରେ ରୂପ ଖୋଦେଇ ସରି ରୂପରେ ଅଳଙ୍କାର ପଡୁଅଛି ଏବଂ ବାକି ଦୁଇଟି ଗୁଜର ରୂପ ଖୋଦେଇ ଜାରୀ ରହିଛି ।ନନ୍ଦିଘୋଷ ରଥର ୧୬ଟି କୋଣ ଗୁଜ ରୁ ୧୦ ଟି ଗୁଜରେ ସିଂହ ବିରାଳ ରୂପ ଖୋଦେଇ ସମ୍ପୂର୍ଣ୍ଣ ହୋଇଛି |ଆଉ ଦୁଇଟି ଗୁଜରେ ଖୋଦିତ ରୂପରେ ଅଳଙ୍କାର ପଡୁଅଛି | ଵାକି ୪ ଟି ଗୁଜରେ ରୂପ ଖୋଦେଇ ଜାରୀରହିଛି |ତାଳଧ୍ଵଜ ରଥର ପୋଲ ଗୟଳଚିରଟ ଶେଷ ହୋଇ ନନ୍ଦିଘୋଷ ରଥର ପୋଲଗୟଳ କାଠର ଉଭୟ ପାର୍ଶ୍ୱ ବାରିସୀରେ ସମତୁଲ ସରି ଅଛି |ଚିରଟ କାର୍ଯ୍ୟ ଆସନ୍ତାକାଲି ଆରମ୍ଭ ହେବ ।ନନ୍ଦିଘୋଷ ରଥର ୧୫ନମ୍ବର ଚକ ପାଇଁ ପଇବିନ୍ଧ କାର୍ଯ୍ୟ ଚାଲୁଅଛି |ପଇ ବିନ୍ଧପରେ ଅରରେ ପଇ ସଂଯୋଗ ହୋଇ ପଇ କଳସା କାର୍ଯ୍ୟ ହେବ ।ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳରେ ଓଝା ସେବକ ମାନେ ତିନିରଥ ର ଅଖ,ଦଣ୍ଡା,ଗରଗରା ଏବଂ ଗୟଳ ପାଇଁ ଯଥାକ୍ରମେ ୨୦ ଏମ ଏମ ର ଅଗପାତେଳି କଣ୍ଟା,୨୦ ଏମ.ଏମ ର ଚଉରସ କଣ୍ଟା, ୨୫ ଏମ.ଏମର ଗରଗରା କଣ୍ଟା ଏବଂ ଯୋଖା କଣ୍ଟାନିର୍ମାଣ ଜାରୀ ରଖିଛନ୍ତି ।