
ନିଜ ସ୍ବାମୀ ମାନସିକ ନିର୍ଯ୍ୟାତନା ଦେବା ସହ ଅନ୍ୟ ମାନଙ୍କ ସହ ଶାରିରୀକ ସଂପର୍କ ରଖିବା ପାଇଁ ବାଧ୍ୟ କରିବା ଦ୍ୱାରା ଅସହାୟ ହୋଇ ନ୍ୟାୟ ପାଇବା ପାଇଁ ଶ୍ରୀମତୀ ଅନୁସୂୟା ମହାପାତ୍ର ପୁରୀ ଆରକ୍ଷୀ ଅଧ୍ୟକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି |ଉଲ୍ଲେଖ ଯୋଗ୍ୟ ଶ୍ରୀମତୀ ମହାପାତ୍ର ଙ୍କ ସ୍ୱାମୀ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ବାଲିଘାଟ ସୁଭଦ୍ରା ନଗର ର ଅଜିତ ମହାନ୍ତି।ଅଭିଯୋଗ ଅନୁସାରେ ସେ ଅଜିତ ମହାନ୍ତିଙ୍କୁ ଗତ ୧୦.୦୩.୨୦୧୭ ରିଖରେ ଆଇନଗତ ଭାବରେ ବିବାହ କରିଥିଲେ ଓ ପର ମୁହୁର୍ତ୍ତରେ ତାଙ୍କ ଘରକୁ ନ ନେଇ ଭୁବନେଶ୍ବରର କଳିଙ୍ଗ ନଗରରେ ରହି ମୋ ସହ ଶାରିକ ସଂପର୍କ କରିଆସିଲା । ପ୍ରାୟ ଛଅ ମାସ ରହିବା ଭିତରେ ମୁଁ ୩ମାସର ଗର୍ଭବତୀ ହୋଇଯାଇଥିଲି ଓ ପରେ ଅଜିତଙ୍କୁ ଏ ସଫପର୍କରେ ଜଣାଇବାରୁ ସେ ମୋତେ ବାଧ୍ୟକରି ଗର୍ଭନଷ୍ଟ କରାଇଥିଲେ । ମୋତେ ଆମ ବାପଘର ବାଲିପାଟଣାରେ ଛାଡିପଳାଇଥିଲେ । ଉଭୟ ପକ୍ଷ ଯଥା ଶାଶୁଘର ଓ ବାପଘର ମଧ୍ୟରେ ବସି ଆପୋଷ ବୁଝାମଣା ସହ ବିହାହ ହେବ ବୋଲି ସ୍ଥିର ହେଲା । କିନ୍ତୁ ପରେ ଫେବୃଆରୀ ୨୦୧୮ ରିଖରେ ମୋତେ ପୁଣି ଶାଶୁଘରଙ୍କ ଅଜଣାତରେ ପେଣ୍ଠକଟାରେ ପୁଣି ଘରଭଡା କରି ସେଠାରେ ପ୍ରାୟ ଛଅ ମାସରେ ପୁଣି ୨ମାସର ଗର୍ଭବତୀ କରାଇଲେ । ମୋ ସ୍ବାମୀଙ୍କ ସାର୍ ଡାକ୍ତର ସିଦ୍ଧାନ୍ତ ଶେଖର ପାତ୍ରଙ୍କ (ପୁରୀ ବଡ ଡାକ୍ତରଖାନା) ମୋ ସ୍ବାମୀ କହିଲେ ମୋ ସାର ହେଉଛନ୍ତି ମୋର ଭଗବାନ ତୁ ତାଙ୍କ ସହ ଶାରିରୀକ
ସଂପର୍କ ରଖେ । ମୁଁ ଏହାର ପ୍ରତିବାଦ କରିବାରୁ ମୋତେ ଜର ମେଡ଼ିସିନ ନାମରେ ଗର୍ଭନଷ୍ଟ ଔଷଧ ଦେଲେ ଓ ମୋତେ ଘରେ ଛାଡି ଦେଇଥିଲେ ଓ ଫୋନ୍ ନମ୍ବର ବ୍ଳକ କରି ଦେଇଥିଲେ । ପରେ ମୁଁ ନିରାଶ ହୋଇ ଶାଶୁଘରେ ପହଂଚିଥିଲି । ସେଠାରେ ମୋ ସ୍ବାମୀ ଅଜିତ ଓ ତାଙ୍କ ୨ ଭାଇ ଅମିତ ଓ ନିମାଇ ମାରପିଟ କରିଥିଲେ । ମୁଁ ଓ ବାପାଙ୍କ ସହିତ ତାଳବଣିଆ ଥାନାର ଦ୍ବାରସ୍ଥ ହୋଇଥିଲୁ ସେଠାରେ ମଧ୍ୟ ବିଶ୍ଵାଳ ବାବୁ ଏବଂ ମଲ୍ଲିକ ବାବୁ ମୁଁ ଲେଖିଥବା FIR କୁ ଚିରି ତାଙ୍କ ରଚିତ FIR ଲେଖାଇଥିଲେ । ମୋତେ ଧମକ ଦେଇ କହିଥିଲେ କି ଯଦି ତୁମେ ଏଥିରେ ଦସ୍ତଖତ ନ କର ତେବେ ବାପ ଝିଅ ଘରକୁ ଫେରି ପାରିବନି । ଏହାର ତୁରନ୍ତ ତଦନ୍ତ କରାଯାଇ ନ୍ୟାୟ ଦେବାପାଇଁ ଶ୍ରୀମତୀ ମହାପାତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଦାବୀ କରିଛନ୍ତି |