କେନ୍ଦୁଝର – କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ରବିବାର ଦିନ ଜିଲ୍ଲା ଜଜ୍ କୋର୍ଟ ସମେତ ଆନନ୍ଦପୁର, ଚମ୍ପୁଆ ଓ ବଡବିଲ ଆଦି କୋର୍ଟରେ ବିଭିନ୍ନ ଅଦାଲତରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁÂିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ୩୧୩୧ ଟି ରାଜସ୍ୱ ମାମଲାରୁ ୧୪ ଲକ୍ଷ ୧ହଜାର ୭୩୪ ଟଙ୍କା, ୧୫ ଟି ଦେୱାନୀ ମାମଲାରୁ ୧ ଲକ୍ଷ ୨୧ ହଜାର ୫୧୪ ଟଙ୍କା ଆଦାୟ କରାଯିବା ସହ ୧୫ ଟି ଫୌଜଦାରୀ ମାମଲା ଫଇସଲା କରାଯାଇଛି । ଏତଦ୍ବ୍ୟତୀତ ୧୭ ଟି ଏମ୍ଏସିଟି ମାମଲାରୁ ୬୮ ଲକ୍ଷ ୮୫ ହଜାର ୦୦୦ ଟଙ୍କା, ୨ ଟି ପାରିବାରିକ ଅପୋଷ ବୁଝାମଣା ଏବଂ ୨ଟି ବାର୍ଦ୍ଧକ୍ୟ ଭତାତ୍ତା ଏହିପରି ମୋଟ ୩୧୮୨ ଟି ମାମଲାର ଫଇସଲା କରାଯାଇ ୮୪ ଲକ୍ଷ ୨୪ ହଜାର ୨୪୮ ଟଙ୍କା ଆଦାୟ କରାଯାଇଛି । ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ବେଣୁଧର ପାତ୍ର ବିଚାର ଆରମ୍ଭ କରି ଆନୁÂାନିକ ଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଲା କୋର୍ଟ ପରିସରରେ ଅନୁÂିତ ଏହି ଲୋକ ଅଦାଲତରେ ସ୍ଥାୟୀ ଲୋକ ଅଦାଲତର ବିଚାରପତି ରାମନାଥ ପଣ୍ଡା, ପରିବାର ଅଦାଲତର ସୁଶ୍ରୀ ମିନତୀ କୁମାରୀ ପଣ୍ଡା, ଏଡିଜେ ଲୋକନାଥ ସାହୁ, ସିଜେଏମ୍ ତିରଞ୍ଜନ ପାତ୍ର, ଆଇନସେବା ପ୍ରାଧିକରଣ ସଚିବ ବନାଲି ତ୍ରିପାଠୀ, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଚିନ୍ମୟୀ ରଥ, ଦେୱାନୀ ବିଚାରପତି ସ୍ୱର୍ଣ୍ଣଲତା ନାୟକ, ଏସ୍ଡିଜେଏମ୍ ପବିତ୍ରାନନ୍ଦ ପ୍ରଧାନ ଏବଂ ବିଚାର ବିଭାଗୀୟ ଦ୍ୱିତୀୟ ଶ୍ରେଣୀ ବିଚାରପତି ଗିରିଜା ପ୍ରସାଦ ପଣ୍ଡା, ସିପ୍ରା ପି୍ରୟଦର୍ଶିନୀ ସାହୁ ଓ ଐଶର୍ଯ୍ୟା କର ପ୍ରମୁଖ ନିଜ ନିଜ କୋର୍ଟ ପରିଚାଳନା କରିଥିଲେ ।
Related Stories
November 24, 2024
November 24, 2024