ଶ୍ରୀଜଗନ୍ନାଥ ମନ୍ଦିର କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି |ଉଲ୍ଲେଖ ଯୋଗ୍ୟ କରୋନା ମହାମାରୀ ସମୟରେ ନୀଳାଞ୍ଚଳ ଭକ୍ତ ନିବାସରେ କରୋନା ସଂକ୍ରମଣ ହେବାପରେ ଚିକିତ୍ସା ପାଇଁ ଆସୁଥିବା ସେବାୟତ ମାନଙ୍କ ଯତ୍ନ ନେବା ସହିତ ଆଇସୋଲେସନରେ ରହୁଥିବା ସେବାୟତ ମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରୁଛନ୍ତି |ଏଥି ସହିତ ମେଡିକାଲ ଟିମ ମାନଙ୍କୁ କରୋନା ଟେଷ୍ଟି ଓ ଟୀକାକାରଣ ସହଯୋଗ କରୁଛନ୍ତି |ଶ୍ରୀମନ୍ଦିର ଭିତର ଓ ବାହାର ନୀତି ନିୟମ ପାଳନ ସମୟରେ ମଧ୍ୟ ସାମନ୍ନାକୁ ଆସିବାକୁ ପଡୁଛି |ରଥ ଖଳାରେ କାର୍ଯ୍ୟରତ ରଥ ନିର୍ମାଣ କରୁଥିବା ସେବାୟତ ମାନଙ୍କ ରହିବା, ଖାଇବା ଭଳି ସମସ୍ତ କାର୍ଯ୍ୟରେ ସମ୍ପୃକ୍ତ ରହିଛନ୍ତି | କରୋନା ସମୟରେ ସେବା ଯୋଗାଇ ୨ ଜଣ ଶ୍ରୀମନ୍ଦିର କର୍ମଚାରୀ ପୃଥିମନ୍ୟୁ ଦାଶ ଓ ପ୍ରମୋଦ କୁମାର ଦାଶ କରୋନାରେ ସଂକ୍ରମଣ ହୋଇ ମୃତ୍ୟୁ ବରଣ କରିଛନ୍ତି |ଶ୍ରୀଜଗନ୍ନାଥ ମନ୍ଦିର କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସମସ୍ତ ମୌଳିକ ସୁବିଧା ପ୍ରଦାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି |
Related Stories
November 22, 2024