କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କର ଉପଦ୍ରବ ଜିଲ୍ଲାର ବିଭନ୍ନ ଅଂଚଳର ଅଧିବାସୀ ଙ୍କ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ସାଧାରଣତଃ ଭାବେ ଲୋକମାନେ ସେମାନଙ୍କର କଷ୍ଟୋପାର୍ଜିତ ଧନ ଓ ନିଜ ପରିବାର ସଦସ୍ୟଙ୍କ ଜୀବନର ସୁରକ୍ଷାକୁ ନେଇ ବେଶ ଚିନ୍ତିତ ହୋଇ ପଡିଛନ୍ତି । ଇତି ମଧ୍ୟରେ ଏହି ବଣୁଆ ହାତୀ ଦଳ ଗରୀବ ଚାଷୀ ଙ୍କର ଚଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କର ଘରଦ୍ୱାର ଭାଙ୍ଗି ସଂଚିତ ଧନ ଚାଉଳ ସଙ୍ଗକୁ ଟଙ୍କା ମଧ୍ୟ ଖାଇ ଯାଉଛନ୍ତି ।
ଯେଉଁଥିପାଇଁ ହାତୀପଲଙ୍କ ଆତଙ୍କ ଯୋଗୁଁ ଗ୍ରାମାଂଚଳ ଲୋକମାନେ ଅଜଣା ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି । ଇତି ମଧ୍ୟରେ ଦୀର୍ଘ ଦିନ ନୀରବତା ପରେ ଏବେ ପୁଣି ଗାଁ କୁ ଧସେଇ ପଶିି ଏକର ଏକ ଫସଲ ଖାଇ ଯିବା ସହ ବ୍ୟାପକ ପଦରେ ଦଳି ଚକଟି ନଷ୍ଟ କରି ବ୍ୟପକ କ୍ଷୟ କ୍ଷତି କରିଛନ୍ତି ବଣୁଆ ହାତୀ ପଲ । । ଆଜି ରବିବାର ଦିନ ପ୍ରାୟ ୩ ଟା ସମୟରେ ସଦର ରେଞ୍ଜ ର ସଣ୍ଡିଆପଶି ଓ ରାଇକଳା ଅଂଚଳକୁ ଧସେଇ ପଶି ଆସିଛନ୍ତି ୨୨ ଟିକିଆ ଝାରଖଣ୍ଡି ହାତୀ ପଲ । ଶହ ଶହ ଲୋକେ ହାତୀ ପଲ ଙ୍କୁ ଗାଁ ଆଡକୁ ପୁରେଇ ନ ଦେବାକୁୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଛନ୍ତି । ହାତୀ ପଲ ସ୍ପଷ୍ଟ ଦିବା ଲୋକରେ ଶହ ଶହ ଲୋକ ଙ୍କର ପ୍ରତିରୋଧ ସତ୍ୱେ ଧାନ ବିଲରେ ପଶି ଖାଇଯାଉଛିନ୍ତି ଏକର ଏକର ଧନ ଫସଲ । ଏହି ହାତୀ ପଲ ଏବେ ସଣ୍ଡିଆପାଶଇ , ରାଇକଳା , ସନ୍ଥେଇଭଞ୍ଜ ପାହାଡ ଆଦି ଅଂଚଳରେ ଥିବା ରୁ ଗାଁ ଲୋକମାନଙ୍କ ଆଖିରୁ ନିଦ ଯେପରି ହଜି ଯାଇଛି । ସେମାନେ ଏବେ ଭୟଭିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗର ହାତୀ ତଡା ସ୍କ୍ୱାର୍ଡ ଓ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ହାତୀ ପଲଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କୁ ଅନ୍ୟତ୍ର ତଡିବାକୁ କୋ÷÷ଶଳ ପ୍ରସ୍ତୁତ କରୁଛନ୍ତି ।