ଆଜି ଚିହ୍ନଟ ହୋଇଥିବା ୫୮୯୬ ଜଣଙ୍କ ମଧ୍ୟରୁ ୩୩୩୨ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୫୬୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୮୫୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୭୩ ଜଣ, ବରଗଡ଼ରୁ ୯୯ ଜଣ, ଭଦ୍ରକରୁ ୩୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୭୩ , କଟକରୁ ୩୪୯ ଜଣ, ଦେବଗଡ ଜିଲ୍ଲାରୁ ୨୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୦୬ ଜଣ, ଗଜପତି ଜିଲ୍ଲାରୁ ୪୪ , ଗଞ୍ଜାମରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୩୨ ଜଣ, ଯାଜପୁରରୁ ୪୧୩ ଜଣ, ଝାରସୁଗୁଡ଼ାରୁ ୫୪ ଜଣ, କଳାହାଣ୍ଡିରୁ ୫୩ ଜଣ, କନ୍ଧମାଳ ଜିଲ୍ଲାରୁ ୬୫ ଜଣ. କେନ୍ଦ୍ରାପଡ଼ାରୁ ୨୩୫ ଜଣ, କେନ୍ଦୁଝରରୁ ୧୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୮୫୩ ଜଣ, କୋରାପୁଟରୁ ୧୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୬୧ ଜଣ, ନବରଙ୍ଗପୁରରୁ ୧୭୪ ଜଣ, ନୟାଗଡ଼ରୁ ୧୭୭ ଜଣ, ନୂଆପଡ଼ାରୁ ୩୭ ଜଣ, ପୁରୀରୁ ୨୪୧ ଜଣ, ରାୟଗଡ଼ାରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୯୨ ଜଣ, ସୋନପୁରରୁ ୭୭ ଜଣ, ସୁନ୍ଦରଗଡ଼ରୁ ୧୧୩ ଜଣ ଓ ଷ୍ଟେଟ୍ ପୁଲରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୯ ଗିରଫ, ୨୧୭ ବାହନ ଜବତ
ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୯ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୨୧୭ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୧,୬୮,୫୫୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।