ପୁରୀ,ପୁରୀ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୧୯ ଜଣ, ବ୍ରହ୍ମଗିରିରୁ ୧୯ ଜଣ, ଡ଼େଲାଙ୍ଗ ବ୍ଲକରୁ ୨, ଗୋପ ବ୍ଲକରୁ ୧୨, କାକଟପୁର ବ୍ଲକରୁ ୧୫ ଜଣ ଏବଂ କଣାସ ବ୍ଲକରୁ ୮ ଜଣ, କୋଣାର୍କ ବିଜ୍ଞାପିତ ଅଂଚଳରୁ ଜଣେ, କୃଷ୍ଣପ୍ରସାଦ ବ୍ଲକରୁ ୫ ଜଣ, ନିମାପଡ଼ା ବ୍ଲକରୁ ସର୍ବାଧିକ ୩୯ ଜଣ ଏବଂ ନିମାପଡ଼ା ବିଜ୍ଞାପିତ ଅଂଚଳରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ପିପିଲି ବ୍ଲକରୁ ୨୦ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ୪ ଜଣ, ପୁରୀ ସଦର ବ୍ଲକରୁ ୩୪ ଜଣ ଏବଂ ପୁରୀ ପୌରାଚଂଳରୁ ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୧୯ ଜଣ ଓ ଅନ୍ୟ ଜିଲ୍ଲାରୁ ଆସି ପୁରୀ ଜିଲ୍ଲାରେ ରହିଥିବା ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ୫୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।