ରାଉରକେଲା – ପ୍ରେମ ସଂପର୍କ ରେ ପଡି ନିଜ ସୁଖ ଜୀବନ ଲାଗି ସ୍ୱପ୍ନ ଦେଖୁଥିବା ଜଣେ ୨୨ବର୍ଷିୟା ବାଳିକା ପ୍ରେମିକର ମାୟା ଜାଲରେ ଛନ୍ଦି ହୋଇ ସାରିବା ପରେ ସେହି ପ୍ରେମ କୁ ବଜାରରେ ହଇଚଇ କରିବା ଧମକ ଦେଇ ପ୍ରେମିକର ବନ୍ଧୁ ଦେଇ ବାଳିକା ଠାରୁ ଭରପୁର ଫାଇଦା ଉଠାଇବା ପରେ ଏବେ ବାଳିକା ଜଣକ ଅବିବାହିତ ଅବସ୍ତାରେ ଏକ କନ୍ୟା ସନ୍ତାନ ର ଜନନୀ ହେବା ଘଟଣା ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା କୁ ନେଇ ବାଳିକା ଜଣକ ପ୍ରଥମେ ମହିଳା ଥାନା କୁ ଯାଇ ଫେରିବା ପରେ ଆଜି ବନ୍ଧମୁଣ୍ଡା ଥାନାରେ ଏତଲା ଦେଇ ନ୍ୟାୟ ଭିକ୍ଷା କରିଛି । ୫ବର୍ଷ ତଳର ଘଟଣା । ସେତେବେଳେ ଡୁମେରତା ଗ୍ରାମ ନିକଟର ଏକ ବସ୍ତିରେ ରହୁଥି ଏହି ବାଳିକା ଜଣଙ୍କର ସେହି ବସ୍ତିର ସୁନୀଲ ରାଜ ନାମକ ଯୁବକ ସହ ପ୍ରେମ ସଂପର୍କ ଗଢିଉଠିଥିଲା ।ପରେ ଏହି ପ୍ରେମ ସଂପର୍କରେ ସୁନୀଲ ର ବନ୍ଧୁ ତରୁଣ ଏକ୍କା ଜାଣି ସବୁ ଆଡେ ଏକଥା ପ୍ରଘଟ କରିଦେବା ଭୟ ଦେଖାଇ ବାଳିକା ଜଣକୁ ବ୍ଲାକ ମେଲ କରି ନିଜର ଫାଇଦା ଉଠାଇଚାଲିଥିଲା ।ଏପଟେ ପ୍ରେମିକ ସହ ସଂପର୍କ ରଖିବାକୁ ଇଛା ସେପଟେ ଏହାକୁ କାଳେ ଘର ଲୋକଙ୍କ ପାଖରେ ପ୍ରେମିକର ବନ୍ଧୁ କହିଦେବ ସେନେଇ ତାରଇଛା ପୁରଣ କରିବା ଭିତରେ ବାଳିକା ଜଣକ ମାସକ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲା । ଏହି କଥା କୁ ନେଇ ବାଳିକା ଜଣକ ତାର ପରିବାର ପାଖରେ ସବୁ ଜଣାଇବା ପରେ ବାଳିକାର ପ୍ରେମିକ ଓ ତାର ବନ୍ଧୁ ର ପରିବାର ପାଖରେ ନ୍ୟାୟ ଲାଗି ତାର ପରିବାର ଗୁହାରୀ ହେଲେ, ହେଲେ କୌଣସି ଲାଭ ପାଇଲେ ନାହିଁ । ପରେ ସେମାନେ ନିକଟରେ ମହିଳା ଥାନାକୁ ଯିବାରୁ ସେଠାରେ ତାର ଏତଲା ରଖା ଗଲା ନାହିଁ । ଆଜି ବାଳିକା ଜଣଙ୍କ ତାର ପରିବାର ସହ ସଦ୍ୟଯାତ କନ୍ୟା ସନ୍ତାନ କୁ ନେଇ ବନ୍ଧମୁଣ୍ଡା ଥାନାରେ ଏତଲା ଦେଇ ନ୍ୟାୟ ଭିକ୍ଷା କରିଛି ।ସେ କହିଛି ଯେ,ଉଭୟ ତାର ପ୍ରେମିକ ବା ତାର ବନ୍ଧୁ କେହିବି ତାକୁ ଗ୍ରହଣ କରନ୍ତୁ ନଚେତ ସେମାନଙ୍କୁ ଆଇନ ଅନୁଯାଇ ଦଣ୍ଡ ମିଳୁ । ମାମଲାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣା ପଡିଛି ।
Related Stories
November 27, 2024
November 27, 2024