ସାକ୍ଷିଗୋପାଳ,ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରୁ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅଳସା ପଚାଂୟତରୁ ଜଣେ, ଅଳଗୁମ ପଚାଂୟତରୁ ୩ ଜଣ, ବିଦ୍ୟାଧରପୁର ପଚାଂୟତରୁ ଜଣେ, ବୀରରାମଚନ୍ଦ୍ରପୁର ପଚାଂୟତରୁ ୨ ଜଣ ଏବଂ ଜୟପୁର ପଚାଂୟତରୁ ୨ ଜଣ ରହିଛନ୍ତି । ସେହିପରି ମୂଳ ଅଳସା ପଚାଂୟତରୁ ୨ ଜଣ, ନରେନ୍ଦ୍ରପୁର ପଚାଂୟତରୁ ଜଣେ, ନୂଆ ସୋମେଶ୍ୱରପୁରରୁ ଜଣେ, ପେଣ୍ଠପଡ଼ା ପଚାଂୟତରୁ ୪ ଜଣ, ସାରଙ୍ଗଯୋଡ଼ି ପଚାଂୟତରୁ ଜଣେ ଏବଂ ସୁକଳ ପଚାଂୟତରୁ ଜଣେ ଆକ୍ରାନ୍ତ ରହିଛନ୍ତି ।