

ମାଲକାନଗିରି, ମାଲକାନଗିରି ପୌରପରିଷଦ ର ସମସ୍ତ ୧ ୯ ଟି ଯାକ ୱାର୍ଡ ରେ ରହୁଥିବା ୧ ୮ ରୁ 44ବର୍ଷୀୟ ଲୋକଙ୍କୁ କୋଭିଡ ଟୀକା ପ୍ରଦାନ କାର୍ଯ୍ୟକ୍ରମ ର ଶୁଭଉଦଘାଟନ ଆଜି ମାଲକାନଗିରି ସଦର ମହକୁମା ବୁଟିଗୁଡା ବିଦ୍ୟାଳୟ ଠାରେ ଜିଲ୍ଳାପାଳ ଡ଼ଃ ୟେଦୁଲା ବିଜୟ କରିଛନ୍ତି!ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପ୍ରଫୁଲ୍ଲ କୁମାର ନଦ ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ!ଟୀକାକରଣ ନିମନ୍ତେ ବୁଟିଗୁଡା ସ୍କୁଲ ସହ ବିବିଗୁଡା ସ୍କୁଲ,ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଠାରେ ଟୀକା ପ୍ରଦାନ କେନ୍ଦ୍ର କରାଯାଇଛି!ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଟୀକା ପ୍ରଦାନ କରାଯିବ!ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୧ 0ତାରିଖ ପର୍ଯ୍ୟନ୍ତ ଚାଲିବ!ଏଥିପାଇଁ ୧ ୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଛି!