
ଭୁବନେଶ୍ୱର, ରାଜ୍ୟରେ ନିଶା କାରବାର ଓ ଚାଲାଣ ଉପରେ ରୋକ୍ ଲଗାଇବାକୁ ଆହୁରି ସଶକ୍ତ ହେବ ଏସଟିଏଫ୍ । ଏଥିପାଇଁ ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ଡେଡିକେଟେଡ୍ ନାର୍କୋଟିକ୍ ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍ପି ନିଯୁକ୍ତ ହେବେ । ଗୋଟିଏ ଏସଟିଏଫ୍ ନାର୍କୋଟିକ୍ସ ୟୁନିଟ୍ ଓ ଅନ୍ୟଟି ଏସଟିଏଫ୍ କ୍ରାଇମ୍ ୟୁନିଟ୍ ରହିବ । ଏସଟିଏଫ୍ ର ୨ଟି ୟୁନିଟ୍ ର ନେତୃତ୍ୱ ନେବେ ଜଣେ ଏସପି । ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି ।