ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଓଡ଼ିଶାର ୭୭ଭାଗ ଲୋକ ଅର୍ଥାତ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ଯେଉଁ ଚାଉଳ/ ଗହମ ପାଉଛନ୍ତି ତାହା ଛେଳି, ମେଣ୍ଢା, ଘୋଡା ଆଦି ପଶୁଖାଦ୍ୟ ଯୋଗ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟିକଲ୍ୟାଣର ମନ୍ତ୍ରଣାଳୟର ଅଧିକାରୀମାନେ ତଦନ୍ତ କରି ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛନ୍ତି । କଟକ ଓ ଖୋର୍ଦ୍ଧାର ଚାଉଳ ଗୋଦାମ, ରାଇସ ମିଲ, ଶୋଲଭ ଗୋଦାମ ଏବଂ ଏଫସିଆଇ ଗୋଦାମରୁ ସଂଗୃହିତ ୧୫ଟି ନମୁନା ଦିଲ୍ଲୀ କୃଷି ବିଭାଗ ପରୀକ୍ଷାଗାରରେ ପରୀକ୍ଷଣ କରାଯିବା ପରେ ୯ଟି ନମୂନା ପଶୁଖାଦ୍ୟ ବୋଲି ପ୍ରମାଣିତ ହେଲା । ଏବେ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ୨ଟି ଟିମ କରି ୮ଟି ଜିଲ୍ଲାରେ ଏହାର ତଦନ୍ତ କରୁଛନ୍ତି । ବର୍ତମାନ ୧୦ଲକ୍ଷ ଟନ ଚାଉଳ ମହଜୁଦ ଅଛି । ଏହାର ଆନୁମାନିକ ମୂଲ୍ୟ ୨୫୦୦ କୋଟି । ଯଦି କଟକ ଖୋର୍ଦ୍ଧା ଜିଲ୍ଳାର ଅବସ୍ଥା ଏପରି ତେବେ ମାଲକାନଗିରି, ନବରଙ୍ଗପୁର ଓ ମୟୁରଭଞ୍ଜରେ ଅବସ୍ଥା କିପରି ଥିବ ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ବ୍ୟାପକ ଚାଉଳ ରିସାଇକ୍ଲିନ ହେଉଛି । ବର୍ତମାନ ରାଜ୍ୟ ଯୋଗାଣ ନିଗମର କ୍ୱାଲିଟି ସେଲ ତଦନ୍ତ କରି କେବଳ ତଳତଳିଆ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ମାତ୍ର ଏହି ମହାଦୁର୍ନୀତର ଖଳନାୟକ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବିଭାଗୀୟ କମିଶନର ବୀରବିକ୍ରମ ସିଂ କୋଟି କୋଟି ଟଙ୍କା ଆତ୍ମସାତ କରି ମୁଖ୍ୟମନ୍ତ୍ରୀଙ୍କ ବାହୁଛାୟାତଳେ ନିର୍ଭୟରେ ରହିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କମିଶନର ବିରବିକ୍ରମ ସିଂ, ମିଲମାଲିକ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ କେନ୍ଦ୍ର ସରକାର ଅତ୍ୟାବଶକୀୟ ସାମଗ୍ରୀ ଆଇନ ୨୦୨୦ ରେ ସଂପୃକ୍ତ ମିଲମାଲିକଙ୍କୁ ଖୁବଶୀଘ୍ର କଳା ତାଲିକାଭୁକ୍ତ କରନ୍ତୁ । ପିଡିଏସ ଯୋଜନାରେ ଲୋକଙ୍କୁ ପଶୁଖାଦ୍ୟ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ଚରମ ବିଶ୍ୱାସଘାତକତା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁନିଲ ମାଟିଆ, ବାବୁ ଜେନା, ରଞ୍ଜିତ ପାତ୍ର, ସୁବ୍ରତ ମହାପାତ୍ର, ବାଦଲ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଦେବ୍ରପସାଦ ନାୟକ, ସୁୟମ୍ଭୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Related Stories
November 24, 2024
November 24, 2024