ଗଞ୍ଜାମ, ଗଞ୍ଜାମ ଜିଲାର ସମରଝୋଳ ସ୍ଥିତ ଶଙ୍କର ନେତ୍ର ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଆଇ ହସପିଟାଲର ନିର୍ମାଣ ପାଇଁ ଦାକ୍ଷିଣାତ୍ୟ ଶଙ୍କରାଚାର୍ଯ୍ୟ ଟ୍ରଷ୍ଟ ପକ୍ଷରୁ ସମସ୍ତ ଅର୍ଥ ସହାୟତା ଦିଆଯାଇଛି । ଓଡିଶା ସରକାର ଜମି ଯୋଗାଇଛନ୍ତି ଓ ଅର୍ଥ ସହାୟତା କରିଥିବା ଶୁଣାଯାଉଛି ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାର ଉଦ୍ଘାଟନ କରିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଗରୀବ ଜନସାଧାରଣ ଯେପରି କମ୍ ମୂଲ୍ୟରେ ଚକ୍ଷୁ ଚିକିତ୍ସା ସୁବିଧା ପାଇପାରିବେ । କିନ୍ତୁ, ଜନସାଧାରଣଙ୍କ ଆଶା ଭରଷା ଧୂଳିସାତ ହୋଇଛି । ଏଠି ରୋଗୀ ଠକାମୀର ଶୀକାର ହେଉଛନ୍ତି । ଗଞ୍ଜାମ ଜିଲା ପିତଳର ଜଣେ ହୃଷୀକେଶ ମହାନ୍ତି ନାମକ ବ୍ୟକ୍ତି ଚକ୍ଷୁ ପରୀକ୍ଷା ପାଇଁ ଏହି ହସପିଟାଲକୁ ଯାଇଥିଲେ । ତାଙ୍କ ଠାରୁ ପ୍ରଥମେ ଦୁଇ ଶହ ଟଙ୍କା ଟିକେଟ୍ ପାଇଁ ଫିସ୍ ଆଦାୟ କରି ଚକ୍ଷୁ ପରିକ୍ଷା କରାଯାଇଥିଲା । ପରୀକ୍ଷା ପାଇଁ ପୁଣି ତାଙ୍କ ଠାରୁ ଟ 2600/_ନିଆଗଲା ଓ ପରୀକ୍ଷା କରି ରିପୋର୍ଟ ନଦେଇ 60000/_ଟଙ୍କା ଦାମ୍ ର ଦୁଇଟି ଇଂଜେକସନ ଦିଆଯିବ । ତାପରେ ତୁମକୁ ରିପୋର୍ଟ ଦିଆଯିବ ବୋଲି କହିଲେ । ଜଣେ ସାଧାରଣ ରୋଗୀ କଣ ଆଖି ଚିକିତ୍ସା ପାଇଁ ଏତେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିପାରିବ ? ଏହି ରୋଗୀ ଆଖିରେ କେଉଁ ଇଂଜେକସନ ଦିଆଯିବ ଯାହାର ମୂଲ୍ୟ ଟ ୬୦୦୦୦୵_ । ଏହି ଚିକିତ୍ସାଳୟରେ ରୋଗୀଙ୍କୁ ଏଭଳି ଅ।ର୍ଥିକ ଶୋଷଣ ଯୋଗୁଁ ଗାଁଗହଳିର ସାଧାରଣ ଜନତା ଶୋଷରଣ ଓ ଠକେଇର ଶୀକାର ହେଉଥିବା ଜଣାପଡ଼ିଛି । ଓଡିଶା ସରକାରଙ୍କ ଉଚ୍ଚ କର୍ତୃପକ୍ଷ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କଲେ ଠକେଇର ବହୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଜନମତ ପ୍ରକାଶ ପାଇଛି ।