
ଚାକିରୀର ନିୟମିତୀକରଣ ନିମନ୍ତେ ବ୍ଲୁ ଫ୍ଲାଗ ବିଚର କର୍ମଚାରୀ ମାନଙ୍କ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ |ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପ୍ରାପ୍ତି ନିମନ୍ତେ ଅଜସ୍ର ପରିଶ୍ରମ କରିଛୁ। ୨୦୧୮ ମସିହା ଏପ୍ରିଲ ମାସ ଠାରୁ ୨୦୧୯ ଜୁନ ମାସ ପର୍ଯ୍ୟନ୍ତ ପ୍ରଥମ ପ୍ରସ୍ତାବିତ ପ୍ରକଳ୍ପ ଚନ୍ଦ୍ରଭାଗା ଠାରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ କାମ କରି ଆସୁଅଛୁ।ବର୍ଭମାନର ପରିସ୍ଥିତିରେ ଆମକୁ କାମରୁ ବହିଷ୍କୃତ କରି ନୂତନ ପିଲାମାନଙ୍କ ଠାରୁ ଅନ୍ୟୁନ ଦଶ ହଜାର ପର୍ଯ୍ୟନ୍ତ ଟଙ୍କା ନେଇ ସେମାନଙ୍କୁ ଅଗ୍ରାଧିକାର ଦେବା ରେ BVG କମ୍ପାନୀର ବର୍ତ୍ତମାନ ବେଳାଭୂମିରେ କାର୍ଯ୍ୟ କରୁଥିବା ମ୍ୟାନେଜର ଏବଂ ସୁପରଭାଇଜର ଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି ! ସେ ଦୁଇ ଜଣ ମିଶି ଆମକୁ କାମ ନ ଦେବା ରେ ଅନ୍ୟାୟ କରି ବିକୃତ ମନୋଭାବ ପୋଷଣ କରୁଛନ୍ତି ଏବଂ କାମ ଦେବା ପ୍ରତିବଦଳରେ ଅର୍ଥ ଦାବୀ କରୁଛନ୍ତି |ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବ୍ଲୁ ଫ୍ଲାଗ ବିଚ କର୍ମଚାରୀ ସଞ୍ଜୟ କୁମାର ପ୍ରଧାନ, ମାନସ କୁମାର ସ୍ୱାଇଁ,ଜିତୁ ବାରିକ, ନାରାୟଣ ସାହୁ, ସଦାଶିବ କାଣ୍ଡି, ଟୁନା କାଣ୍ଡି, ଅଜୟ ସ୍ୱାଇଁ, ଭରତ ଚନ୍ଦ୍ର ଜେନା, ସରୋଜିନୀ ପ୍ରଧାନ, ଶରତ କୁମାର, ଅନୁପମା ପଣ୍ଡା ପ୍ରମୁଖ ଦାବୀ କରିଛନ୍ତି |