-
ତିନିରଥର ‘ଦଣ୍ଡା’ ଅନୁକୂଳ ପୂଜା ହୋଇ ୯ଟି ଲେଖାଁଏ ଦଣ୍ଡାର ଚଉପଟ କାମ ଆରମ୍ଭ,
ଗତକାଲି ସୁଦ୍ଧା ତିନି ରଥର ୩୩ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା | ଆଜି ତାଳଧ୍ଵଜ ରଥର ଗୋଟିଏ ଚକ, ଦେବଦଳନ ରଥର ଗୋଟିଏ ଚକ ଏବଂ ନନ୍ଦିଘୋଷ ରଥର ଦୁଇଟି ଚକ ର ନିର୍ମାଣସରି ମୋଟ ତିନିଗୋଟି ରଥର ୩୭ ଗୋଟି ଚକର ନିର୍ମାଣ ଶେଷ ହୋଇଅଛି । ଗତ କାଲି ଠାରୁ ନିର୍ମାଣ ଆରମ୍ଭ ହୋଇ ତିନିରଥର ଦୁଇଟି ଲେଖାଁଏ ଚାରି ନାହାକା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । ଆଜି ଆଉ ଦୁଇଟି ଲେଖାଁଏ ଚାରି ନାହାକା ନିର୍ମାଣ ସରିଅଛି |
ଆଜି ତିନି ରଥର ଦୁଇଟି ଲେଖାଁଏ ‘ଗରଗରା’ ରୁ ଗୋଟିଏ ଲେଖାଁଏ ‘ଗରଗରା’ ଚଉପଟ କାମ ଆରମ୍ଭ ହୋଇଛି ।ଏହା ଛଡା ଆଜି ଅପରାହ୍ନରେ ତିନିରଥର ‘ଦଣ୍ଡା’ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ଅନୁକୂଳ ପୂଜା ହୋଇ ୯ଟି ଲେଖାଁଏ ଦଣ୍ଡାର ଚଉପଟ କାମ ଆରମ୍ଭ ହୋଇଅଛି । ତିନି ରଥର ରୂପକାର ସେବକ ମାନେ ସାଲ ଗୁଜ ବା କୋଣ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି | ଖୋଦେଇ ସରିଥିବା କୋଣଗୁଜ ରୂପ ଗୁଡିକର ପଲିସ କାମ ଚାଲୁଅଛି ।ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳରେ ତିନି ରଥର ଓଝା ସେବକ ମାନେ ଦଣ୍ଡା ବିଡ଼ିଆ କଣ୍ଟା, ଆଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖି ଛନ୍ତି |ଗତକାଲି ୩୦ଟି ଲେଖାଁଏ ଦଣ୍ଡା ବିଡ଼ିଆ କଣ୍ଟା ଏବଂ ଆଗ ପାତେଳି କଣ୍ଟା ନିର୍ମାଣ କରିଥିଲେ ଆଜି ସମ ପରିମାଣର ଉକ୍ତ କଣ୍ଟା ମାନ ନିର୍ମାଣ କରି ଛନ୍ତି ।