ଭାରତୀୟ ଜନତା ପାର୍ଟି, ଓଡିଶା ପ୍ରଦେଶ, କୃଷକ ମୋର୍ଚ୍ଚା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ସରକାର ଙ୍କ ଉଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଓ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ଫସଲ ନଷ୍ଟ ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି |ଉଲ୍ଲେଖ ଯୋଗ୍ୟ ମେ ୧ ତାରିଖ ରୁ ରବି ଋତୁରେ ଧାନ କିଣା, ମଣ୍ଡିରେ ଆରମ୍ଭ ହେବାର ବିଧି ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୫ ତାରିଖ ରୁ ନେଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟ ସରକାର ମଣ୍ଡି ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଗତ ଖରିଫ ଋତୁରେ ଧାନ କିଣା ବିକାରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହେଲା ଓ ଚାଷୀ ମାନଙ୍କ ଧାନ ମଣ୍ଡିରେ ମାସ ମାସ ଧରି ପଡି ରହିବା ପରେ ଓ ସରକାର ଚାଷୀଙ୍କ ଧାନ ନ କିଣିବାରୁ
ବାଧ୍ୟ ହୋଇ ଚାଷୀ ମାନେ ଖୋଲା ବଜାରରେ ବହୁ କମ୍ ଟଙ୍କାରେ କୁଇଁଟାଲ ପ୍ରତି ୭ଶହ ରୁ ୮ ଶହ କ୍ଷତିରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଲେ । ଏବେ ମଧ୍ୟ ରବି ଋତୁରେ ଧାନ କିଣା ବିକାର ସମାନ ସ୍ଥିତି ଆରମ୍ଭ ହେଲାଣି । ଚାଷୀଙ୍କ ଟୋକନ ଏବେ ଠୁ ଲାପ୍ସ ହେଉଥିବାରୁ ୧୧ ଶହ ରୁ ୧୨ ଶହ ଟଙ୍କାରେ ଖୋଲା ବଜାରରେ ଚାଷୀ ଧାନ ବିକ୍ରୀ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି, କୃଷକ ମୋର୍ଚ୍ଚା ତରଫରୁ ନିମ୍ନଲିଖୁତ ଗୁରୁତ୍ଵପୂର୍ଣ୍ଣ ଦାବୀ ଓ ସମସ୍ୟା ଉତ୍ଥାପନ କରୁଛି ।
ଦାବି ପ୍ରସ୍ତାବ-
୧- ରବି ଋତୁ ପାଇଁ ଯେତେ ଜଣ ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ୍ କରି ସାରିଛନ୍ତି ସେ ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ସାରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରନ୍ତୁ ।
୨- ଚାଷୀକୁ ଧାନ ବିକ୍ରୀ ପାଇଁ ଦିଆଯାଇ ଥିବା ଟୋକର ସମୟ ସୀମା ନିର୍ଦ୍ଧାରଣ ନକରି ଟୋକନ ପାଇଥିବା ଚାଷୀଙ୍କ ଧାନ ମଣ୍ଡିରେ ପହଁଚିବାପରେ ଏହାର କିଣିବାର ଦାୟିତ୍ବ ରାଜ୍ୟ ସରକାରଙ୍କର, ଏଦାୟିତ୍ବ ରାଜ୍ୟ ସରକାର ବହନ କରନ୍ତୁ ।
୩- ଚାଷୀଙ୍କୁ ଧାନ ଲୋଡିଙ୍ଗ, ଅନ୍ ଲୋଡିଙ୍ଗ, ପରିବହନ, ବସ୍ତା,ଅଖାର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଥିବା ବେଳେ କୋଟି କୋଟି ଟଙ୍କାର ଏହି ଅର୍ଥ କିଏ କିଏ ଭାଗ ବାଟି ଖାଉଛନ୍ତି ତାର ସଂପୁର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଚାଷୀଙ୍କୁ ପ୍ରଦାନ କରନ୍ତୁ । କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଏହି ଅର୍ଥ ଚାଷୀଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ ।
୪- ଧାନ କିଣୁଥିବା ସଂସ୍ଥା ଆରଏମସି ପ୍ରତି କୁଇଁଟାଲ ୨% କେନ୍ଦ୍ର ସରକାର ଠାରୁ କମିଶନ ପାଉଥିବା ବେଳେ ପେକ୍ସ ମଧ୍ୟ କୁଇଁଟାଲ ପ୍ରତି ୩୧ ଟଙ୍କା୫୦ ପଇସା କମିଶନ ପାଉଛି । ଏ ବାବଦରେ ଆରଏମସି ଓ ପେକ୍ଳ ମାନଙ୍କ ପାଖରେ ଶହ ଶହ କୋଟି ଟଙ୍କା ଗଛିତ ଅଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହି
ସଂସ୍ଥା ମାନେ ମଣ୍ଡିରେ ଧାନ ରଖିବା ପାଇଁ ସ୍ଥାୟୀ ବ୍ୟବସ୍ଥା କରୁ ନଥିବାରୁ ଚାଷୀ ପ୍ରତିବର୍ଷ କ୍ଷତି ସହୁଛି ।
୫- ମଣ୍ଡିରେ ଚାଷୀଙ୍କ ଧାନ କଟନି ଛଟନି ଦ୍ବାରା ଚାଷୀ ଶୋଷିତ ହେଉଛଛି, ଏଥିପାଇଁ ମିଲର୍ସଙ୍କ ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ ।
୬- ୟାସ୍ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ଧାନ ସମେତ ଅନ୍ୟାନ୍ୟ ଚାଷରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । ରାଜ୍ୟ ସରକାର ଆକଳନ କରି ଚାଷୀଙ୍କୁ କ୍ଷତିପୁରଣ ଦେବାର ବ୍ୟବସ୍ଥା କରନ୍ତୁ ।
ଯଦି ରାଜ୍ୟ ସରକାର ଏଥିପାଇଁ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତାହାହେଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ବ୍ୟାପି ଆନ୍ଦୋଳନକୁ ଜୋରଦାର କରିବ |ଦାବିପତ୍ର ପ୍ରଦାନ ସମୟରେ କୃଷକ ମୋର୍ଚ୍ଚା ତରଫରୁ କୃଷ୍ଣ ଜଗଦେବ, କାମାକ୍ଷା ପ୍ରଧାନ, ସାଧାରଣ ସମ୍ପାଦକ ରାଜ୍ୟ କୃଷକ ମୋର୍ଚ୍ଚା, ଅଜୟ ପ୍ରଧାନ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପୁରୀ,ଲିଙ୍ଗରାଜ ବାରିକ ସମ୍ପାଦକ,ଲଷ୍ମୀଧର ଜୟଦେବ, ବିଶ୍ୱଜିତ ବଡ଼ଜେନା, ରବିନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ |