ପୁରୀ ଜ଼ିଲ୍ଲା ର ପ୍ରତ୍ୟକ ଗାଁ ଠାରୁ ସହର ସାରା ବୁଲି ବୁଲି ବେସାହାରା ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି | ପୁରୀ ଜ଼ିଲ୍ଲା ଅନ୍ତର୍ଗତ ଅଗ୍ରଣୀ ଅନୁଷ୍ଠାନ “ସାଇଁନ ଇଣ୍ଡିଆ ଆଦର୍ଶ ଟ୍ରଷ୍ଟ” ତାଙ୍କର ଲକ୍ଷ କେହି ନରୁହନ୍ତୁ ଭୋକିଲା | ମଣିଷ ଜୀବନ ରେ ଅନେକ ଏମିତି ସମୟ ଆସେ ମଣିଷ ଖୋଜେ ସାହାରା ଆଜି ପୁରୀ ଜ଼ିଲ୍ଲା ର ଅସହାୟ ଙ୍କ ସାହାରା ଭୋକିଲା ଙ୍କ ଆଶାବାଡ଼ି ସାଜିଛି “ସାଇଁନ ଇଣ୍ଡିଆ ଆଦର୍ଶ ଟ୍ରଷ୍ଟ” ଲକଡାଉନ ର ୩୪ଦିନ ଭିତରେ ପ୍ରଥମ ୧୩ଦିନ ଛାଡି ଆଜିକି ୨୧ଦିନ ହେବ ପ୍ରତ୍ୟକ ଦିନ ୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ବିଭିନ୍ନ ସ୍ଥାନକୁ ଟ୍ରଷ୍ଟ ର ସଦସ୍ୟ ଯାଇ ଖାଦ୍ୟ ଓ ପାନିୟ ଜଳ ବାଣ୍ଟିବା ସହ ଅନ୍ୟପକ୍ଷେ ପ୍ରତ୍ୟକ ଦିନ ଖରା ଗରମ ରେ ରାସ୍ତା ଉପରେ ସେବା ଯୋଗାଉଥିବା ପୋଲିସ ଭାଇ ଙ୍କୁ ମଧ୍ୟ ଥଣ୍ଡା ପାନୀୟ ବାଣ୍ଟୁଛନ୍ତି |
ଆଗକୁ ଲକଡାଉନ ର ସମସ୍ତ ଦିନ ଏଭଳି କାର୍ଯ୍ୟ ଚାଲୁ ରହିବ | ଏହି ଟ୍ରଷ୍ଟ ର ସଦସ୍ୟ ଗଣ ଅନୁରୋଧ କରିଛନ୍ତି ସମାଜର ସମସ୍ତେ ସଚେତନ ରୁହନ୍ତୁ | ସମସ୍ତେ ସମସ୍ତଙ୍କୁ ସହଯୋଗ କରନ୍ତୁ ଯାହାଦ୍ୱାରା କେହି ରହିବେ ନାହିଁ ଅସହାୟ | ଏହି ସଂଗଠନ ର ନେତୃତ୍ୱ ନେଉଛନ୍ତି ଜଗଜିତ ସିଂ-ଭାଟିଆ,ଦେବେନ୍ଦ୍ର ସିଂ,ଆଲୋକ ରଞ୍ଜନ ମଲ୍ଲିକ,ପ୍ରଶାନ୍ତ ସାହୁ,ଗୌତମ ମଲ୍ଲିକ | ଏହା ସହ ପୁରୀ ରେ ଅସହାୟ ଙ୍କ ସହଯୋଗ ପାଇଁ ସାମିଲ ହୋଇଛନ୍ତି ଯୁବ ନେତା ସମାଜସେବୀ ଆଲୋକ କୁମାର ଦାଶ, ବିଭୁ ରଥ, ଛାତ୍ର ନେତା ଆଶୁତୋଷ ମିଶ୍ର |