-
ମୋଦୀ ସରକାର ଗାଦି ଛାଡ଼ ଓ ଆମ ପୁରୁଣା ଦିନ ଫେରେଇ ଦିଅ-CPIM,
ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ର ଦର ବୃଦ୍ଧି ବିରୁଦ୍ଧରେ ଓ କରୋନା ସହାୟତା ପାଇଁ ଆଜି CPIM ର ପୁରୀ ବଡଦାଣ୍ଡ ରେ ଥିବା ପେଟ୍ରୋଲ ଟାଙ୍କି ସାମନା ରେ ପ୍ରତିବାଦ କରାଯାଇଛି |ମୋଦୀ ସରକାର ଆଛେଦିନ ର ପ୍ରତିଶୃତି ଓ ସବକା ବିକାଶ କଥା କହି ସାତ ବର୍ଷ ତଳେ କ୍ଷମତା କୁ ଆସିଲା ପରେ ବଡ଼ ବ୍ୟବସାୟୀ ଓ କର୍ପୋରେଟ ମାନଙ୍କୁ ସାତ ବର୍ଷରେ ସାଢେ ସାତ ଲକ୍ଷ କୋଟି ଟଙ୍କା ରୁ ଉର୍ଦ୍ଧ ଟିକସ ଛାଡ଼ କଲେ |ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସରେ ଦର ବଢିଲା | ଖାଦ୍ୟ ସାମଗ୍ରୀ ର ଦର ଅହେତୁକ ବୃଦ୍ଧି ପାଇଛି |2014ମସିହା ରେ ଆନ୍ତର୍ଜାତିକ ସ୍ତର ରେ ବ୍ୟାରେଲ ପିଛା 128ଡଲାର ଥିଲା ବେଳେ ପେଟ୍ରୋଲ 64ଟଙ୍କା ଗ୍ୟାସ 420ଟଙ୍କା କିନ୍ତୁ ଆଜି ଯେତେବେଳେ ବ୍ୟାରେଲ 58 ଡଲାର ତେଲ 100 ଟଙ୍କା ଆଉ ଗ୍ୟାସ 837 ଟଙ୍କା |ଖାଇବା ତେଲ, ଡାଲି,ମଟର ଦାମ ଆକାଶ ଛୁଆଁ |ତୈଳ ରେ କେନ୍ଦ୍ର 37ଟଙ୍କା ରାଜ୍ୟ 22ଟଙ୍କା ଟିକସ ନନେଇ ଯଦି GST ଲାଗୁ ହୁଏ ତେଲ 40ଟଙ୍କା ରେ ମିଳନ୍ତା| କରୋନା ବେଳେ ଲୋକଙ୍କ ଜୀବିକା ଉଜୁଡି ଯାଇଛି | ଆର୍ଥୀକ ସହାୟତା ନଦେଇ ଲକ ଡାଉନ କରି ଲୋକଙ୍କୁ ଭୋକ ଉପାସ ରେ ଠେଲି ଦେଲେ ସରକାର |ସବୁ ଜିନିଷର ଦର ବୃଦ୍ଧି ସେପଟେ ରୋଜଗାର ନାହିଁ |ତୁରନ୍ତ ତୈଳ ଦର,ଗ୍ୟାସ ଦର, ଖାଦ୍ୟ ସାମଗ୍ରୀ ଦର ଉପରେ ଅଙ୍କୁଶ ଲଗାଅ ଓ ଦର ହ୍ରାସ କର ନଚେତ ମୋଦୀ ସରକାର ଗାଦି ଛାଡ଼ ଓ ଆମ ପୁରୁଣା ଦିନ ଫେରେଇ ଦିଅ ବୋଲି ସ୍ଲୋଗାନ ମାନ ଦେଇଥିଲେ |କରୋନା ରେ GDP -7%, ଲୋକ ଲକ ଡାଉନ ରେ ରହି ରୋଜଗାର ହରାଇଲେଣି କିନ୍ତୁ ଅମ୍ବାନୀ ର ଘଂଟାକୁ 95କୋଟି ଓ ଅଦାନୀ ର 75କୋଟି ଲାଭ ଧନୀ ସଂଖ୍ୟା ବଢ଼ି ଚାଲିଛି ଲୋକେ ଦାରିଦ୍ର ସୀମାରେଖା ତଳକୁ ଗଲେଣି | ମୋଦୀ ସରକାର ସାତ ବର୍ଷ ରେ ସତୁରି ବର୍ଷ ର ସମ୍ପଦ କୁ ଲୋକ ଙ୍କ ଠାରୁ ଛଡାଇ ନେଲେଣି | ମୋଦୀ ହଟାଅ, ଦେଶ ବଞ୍ଚାଓ କାର୍ଯ୍ୟକ୍ରମ ରେ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ରଂଜିତ ନାୟକ ମନୋରଞ୍ଜନ ମହାରଣା, ଟୁନା ନାୟକ,ଅମରେନ୍ଦ୍ର ନନ୍ଦ, ପ୍ରମୁଖ ଯୋଗ ଦେଇଥିଲେ. |