

ଉଲ୍ଲେଖନାୟ ଯେ ଶନିବାର ଦିନ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ କୃଷକ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ, ସମସ୍ତ ଜିଲ୍ଲା ସଭାପତି, କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ୟାସ୍ ବାତ୍ୟାରେ ଉପକୂଳ ଓ ଅଦିନିଆ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାର ଚାଷୀମାନଙ୍କ ଯେଉଁ କ୍ଷୟକ୍ଷତି ହୋଇଛି, ତାର କ୍ଷତିପୂରଣ ଦେବା, ଓଡିଶାରେ ଚଳିତ ରବି ଋତୁରେ ଧାନ ବିକ୍ରୀ ପାଇଁ ପଂଜୀକୃତ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣିବା, ଚାଷୀଙ୍କ କଟ୍ନି ଛଟ୍ନି କରୁଥିବା ମିଲର୍ସଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବା ଆଦି ଦାବୀଗୁଡିକ ନେଇ କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆଜିର ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ବରିଷ୍ଠ ନେତା ରଂଜନ ପଟେଲ, କୃଷ୍ନ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।