-
ଓଡ଼ିଶାର ପ୍ରଦର୍ଶନ ଭିତ୍ତିଭୂମି ଓ ସୁବିଧା କ୍ଷେତ୍ରରେ 20 ପ୍ରତିଶତ ଓ ଇକ୍ୟୁଟି କ୍ଷେତ୍ରରେ 10 ପ୍ରତିଶତ ସୁଧାର

ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରିକ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) 2019-20 ଜାରି କରାଯାଇଛି। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ 70ଟି ମାନଦଣ୍ଡର ଏକ ସେଟ୍ ସହିତ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ପିଜିଆଇ ପ୍ରଥମ ଥର 2019ରେ 2017-18 ବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ପିଜିଆଇ 2019-20 ହେଉଛି ଏହି ସିରିଜର ତୃତୀୟ ପ୍ରକାଶନ। ପିଜିଆଇ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ବହୁମୁଖୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଲାଗି ଅନୁପ୍ରାଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ବହୁ ବାଞ୍ଝିତ ସର୍ବୋତ୍କୃଷ୍ଟ ଶିକ୍ଷା ପରିଣାମ ହାସଲ କରାଯାଇପାରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦର୍ଶାଇବାରେ ପିଜିଆଇ ସହାୟକ ହେବ ଏବଂ ତଦନୁଯାୟୀ କାର୍ଯ୍ୟକ୍ରମର ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଯାହାର ଫଳସ୍ବରୂପ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ସମସ୍ତ ସ୍ତରକୁ ମଜବୁତ କରାଯିବା