ଭୁବନେଶ୍ୱର – ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ପ୍ରସଙ୍ଗରେ ସୋମବାର ହାଇକୋର୍ଟ ଫୁଲ୍ ବେଂଚରେ ଶୁଣାଣି ହୋଇଛି । ଆସନ୍ତା ନଭେମ୍ବର ୪ ତାରିଖରେ ପରବର୍ତୀ ଶୁଣାଣି ହେବ ।
ଅଦାଲତ ଅବମାନନା ପ୍ରସଙ୍ଗରେ ୧୪ ଜଣିଆ ବି·ରପତିଙ୍କୁ ନେଇ ହାଇକୋର୍ଟ ଫୁଲ୍ ବେଂଟରେ ଶୁଣାଣି ହୋଇଥିଲା ।ଏହି ସମୟରେ ହାଇକୋର୍ଟ ବାର୍ ସମେତ ଅନ୍ୟ ପ୍ରତିପକ୍ଷମାନେ ସେମାନଙ୍କ ପକ୍ଷ ରଖିବାକୁ ଅଧିକ ୪ ସପ୍ତାହର ସମୟ ମାଗିଥିଲେ ।
ଅପରକ୍ଷରେ ହାଇକୋର୍ଟ ବାର ସାଧାରଣ ପରିଷଦରେ ରାଜ୍ୟର ବିଭିନ୍ନ ବାର ଆସୋସିଏସନର ବୈଠକ ଆଜି ବସିବ । ଏଥିରେ ବାର ଆସୋସିଏସନର ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ । ମାସ ମାସ ଧରି ଲାଗିରହିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁ ବି·ର ପ୍ରକ୍ରିୟାରେ ସମସ୍ୟା ଉପୁଜୁଥିବାରୁ ଏଥିରେ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ । ଏସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା । ହାଇକୋର୍ଟର ଫୁଲ୍ ବେଂଚ ଗତ ୧୫ ତାରିଖରେ ଶୁଣାଣି କରିଥିଲେ । ଏ ନେଇ ବିଭିନ୍ନ ବାର୍ ଆସୋସିଏସନ୍ ଗୁଡିକୁ ନୋଟିସ୍ କରାଯାଇଥିଲା । ଏହାସହ ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଆାଇନ ସଚିବଙ୍କୁ ମଧ୍ୟ ନୋଟିସ ଜାରି କରିଥିଲେ ।