-
ପ୍ରତ୍ୟେକ ଭାରତୀୟଙ୍କ ପରିଚୟ ସଂସ୍କୃତରେ ନିହିତ-ଭାରତୀୟ ସଂଘଟନ ମନ୍ତ୍ରୀ ଦିନେଶ,
-
ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଭାରତର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ଵ -ଉତ୍କଳର ପ୍ରାନ୍ତ ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡ଼ଙ୍ଗୀ,
ସଂସ୍କୃତ ଭାରତୀ ଓଡ଼ିଶା ତରଫରୁ Google meet Digital ମାଧ୍ୟମରେ ଭାଷା ବୋଧନ ବର୍ଗର ସମାପନ ସମାରୋହ ପରିପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଶ୍ରୀମାନ ପ୍ରେମ୍ ଆନନ୍ଦ ମହୋଦୟ ମୁଖ୍ୟ ଅତିଥି ରୂପରେ ଯୋଗଦେଇ କହିଥିଲେ ସେ ଏହି କାର୍ଯ୍ୟକ୍ରମରେ ସଂସ୍କୃତ କହିପାରୁନାହାନ୍ତି କିନ୍ତୁ ସଂସ୍କୃତଭାଷା କୁ ବୁଝି ଅତ୍ୟନ୍ତ ଆନନ୍ଦିତ । ପୂର୍ବରୁ ସେ ଜଗନ୍ନାଥାଷ୍ଟକଂ ଗାନ କରି ବିଶ୍ୱସ୍ତରରେ ପ୍ରତିଷ୍ଠିତ ହୋଇଥିଲେ । ବର୍ତମାନ ସମୟରେ ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସଂସ୍କୃତରେ ଏକ ଗୀତ ନିର୍ଦେଶନା ଦେବା ନିମନ୍ତେ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସଂସ୍କୃତଭାରତୀର ଅଖିଳ ଭାରତୀୟ ସଂଘଟନ ମନ୍ତ୍ରୀ ମାନନୀୟ ଦିନେଶ କାମତ୍ ମହୋଦୟ ମୁଖ୍ୟ ବକ୍ତାଭାବରେ ଯୋଗଦେଇ କହିଥିଲେ ପ୍ରତ୍ୟେକ ଭାରତୀୟଙ୍କ ପରିଚୟ ସଂସ୍କୃତରେ ନିହିତ ରହିଛି । ସଂସ୍କୃତ ହିଁ ଭାରତକୁ ବିଶ୍ୱରେ ପରିଚିତ କରାଇ ପାରିଛି । ଡଃ.ଭୀମ ରାବ ଆମ୍ବେଡକର ଏହାକୁ ରାଷ୍ଟ୍ରଭାଷା ଘୋଷାଣା କରିବାକୁ ସଂସଦରେ ପ୍ରସ୍ତାବ ଦେଇଥିଲେ । କିନ୍ତୁ କିଛି ନେତାଙ୍କ କୁମନ୍ତ୍ରଣା ଯୋଗୁଁ ଏହା ସମ୍ଭବ ହୋଇ ନଥିଲା କିନ୍ତୁ ଏବେ ସମୟ ଆସିଛି ଏହାକୁ ବିଶ୍ବ ଦରବାରରେ ଉପସ୍ଥିତ କରିବା ପାଇଁ IIT ROORKEE ଦ୍ଵାରା ଆୟୋଜିତ ସୁଭାଷିତ ସଂସ୍କୃତ କାର୍ଯ୍ୟକ୍ରମରେ ପଢ଼ିବା ପାଇଁ କେବଳ ତିନି ଦିନରେ ପାଞ୍ଚ ହଜାରରୁ ଅଧିକ ବିଦ୍ୟାର୍ଥୀ ଆବେଦନ କରିଥିଲେ । ସଂସ୍କୃତ ଭାରତୀ , ଉତ୍କଳର ପ୍ରାନ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆୟୁଷ୍ମନ୍ତ ଷଡ଼ଙ୍ଗୀ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଭାରତର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ଵ ବୋଲି କହି ସମସ୍ତଙ୍କୁ ସଂସ୍କୃତ ଭାଷା ପ୍ରଚାର ଓ ପ୍ରସାର କରିବା ପାଇଁ ଆହ୍ବାନ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅବିନାଶ ଭୋଇ ଧ୍ୟେୟ ମନ୍ତ୍ର ଗାନ କରିଥିଲେ । ସଂସ୍କୃତ ଭାରତୀ, ଉତ୍କଳର ପ୍ରାନ୍ତ ସଂପାଦକ ଶ୍ରୀ ଅଜିତ କୁମାର ପଣ୍ଡା ଅତିଥି ପରିଚୟ ତଥା ସ୍ବାଗତ ଭାଷଣ କରିଥିଲେ । ସୁଶ୍ରୀ ହିମାନୀ ଶତପଥୀ ଗୀତ ଗାନ କରିଥିଲେ । ପ୍ରାନ୍ତ ଶିକ୍ଷଣ ପ୍ରମୁଖ ଡ଼.ମାନସ ରଞ୍ଜନ ସାହୁ ଅଷ୍ଟ ଦିବସାତ୍ମକ ସଂସ୍କୃତ ଭାଷା ବୋଧନ ବର୍ଗର ବିବରଣ ଦେଇଥିଲେ । ବର୍ଗରେ ଭାଗ ନେଇଥିବା ଗୋରପ୍ରସାଦ ପଣ୍ଡା , ରୋଜିସ୍ମିତା କର, ବିରଜା ପ୍ରଧାନ, ସୁଶୀଲ ଟପ୍ପୋ , ଲଡୁକିଶୋର ସାବତ, ରୁଚିଶ୍ରୀ ଆଦି ଛାତ୍ର ଛାତ୍ରୀ ସଂସ୍କୃତ ଭାଷାରେ ନିଜ ନିଜ ଅନୁଭଵ କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ସଂସ୍କୃତ ଗୀତ , କ୍ଷୁଦ୍ର ଗଳ୍ପକଥନ , ହସ କଥା ଇତ୍ୟାଦି ମାଧ୍ୟମରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ଶେଷଦେବ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ପ୍ରାନ୍ତ ସହ ସଂପାଦକ ଡା. ନବୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ, ଶାନ୍ତିପାଠ ଦେବାଶୀଷ ପଣ୍ଡା କରିଥିଲେ । ଏହି କାର୍ଯ୍ୟକ୍ରମର Facebook ରେ ସିଧା ପ୍ରସାରଣ ଶ୍ରୀ ଅକ୍ଷୟ କୁମାର ଦତ୍ତ, YouTube ସଂଚାଳନ ଶ୍ରୀ ଶେଷଦେବ ତଥା ଗୁଗଲମିଟ୍ ସଂଚାଳନ ଶ୍ରୀ ରମାକାନ୍ତ ସା କରିଥିଲେ । ଦୁଇଶତାଧିକ ଦର୍ଶକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆନନ୍ଦ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ସଭାସଞ୍ଚାଳନ ଗାୟତ୍ରୀ ମଙ୍ଗରାଜ କରିଥିଲେ । ପ୍ରାନ୍ତ ସମ୍ପର୍କ ପ୍ରମୁଖ ଜୟାନନ୍ଦ ସ୍ୱାଇଁ, ସୁରେଶ କୁମାର ମହାନ୍ତି, ନୃସିଂହ ଚରଣ ପଣ୍ଡା, ସୁଶାନ୍ତ ରାୟ,ପ.ମି.ଶ୍ରୀନିବାସ, ସୂର୍ୟପ୍ରସାଦ, ଦମୟନ୍ତୀ କର,ଗଦାଧର, ସୁନିଲ,ଧର୍ମେନ୍ଦ୍ର, ,ଆଲୋକ ,ଆଦିତ୍ୟ, ତାନୋଜ ତଥା ସଂସ୍କୃତ ଭାରତୀ , ଉତ୍କଳର ଅନେକ କାର୍ଯ୍ୟକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।