ଭୁବନେଶ୍ୱର – ବିଜେପୁରରେ କଂଗ୍ରେସର ସ୍ଥିତି ଭଲ ନାହିଁ । ବିଜେପୁର ପରୀକ୍ଷାରେ ପାସ୍ କରିବନି କଂଗ୍ରେସ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଅପରପକ୍ଷରେ ବିଜେପୁରରେ କଂଗ୍ରେସର ସ୍ଥିତି ନେଇ ବୟାନ ବଦଳାଇଛନ୍ତି ବରିÂ ନେତା ତଥା ବିଧାୟକ ସୁରଶ କୁମାର ରାଉତରାୟ । ବିଜେପୁରର ବିବେକ ଭୋଟ ଆମ ଆଡକୁ ଆସୁଛି ବୋଲି ସେ କହିଛନ୍ତି । ପୂର୍ବରୁ ସେଠାରେ କଂଗ୍ରେସ ହାରିବ ବୋଲି ସେ ବୟାନ ଦେଇଥିଲେ ।
ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି ଯେ ବିଜେପୁରରେ କଂଗ୍ରେସ ମୋଟ ୨୦ ଲକ୍ଷ ଟଙ୍କାରେ ନିର୍ବାଚନ ଲଢୁଛି । ପିସିସି ସଭାପତି ନିରଞ୍ଜନ ୨୦ ଲକ୍ଷ ଟଙ୍କା ବିଜେପୁରରେ ଖର୍ଚ୍ଚ କରିବାକୁ ଦେଇଛନ୍ତି । ମାତ୍ର ବିଜେପି, ବିଜେଡି ଯେଉଁ ଭଳି ଟଙ୍କା ଉଡାଉଛନ୍ତି ତାଙ୍କ ଆଗରେ ଆମେ କେତେ ଦୂର ପାରିବୁ ଭଗବାନ ଜାଣନ୍ତି । ଏପରି ବୟାନ ଦେଇ ବିଜେପୁରରେ କଂଗ୍ରେସର ଭଲ ସ୍ଥିତି ନାହିଁ ବୋଲି ସିଧାସିଧା ସ୍ୱୀକାର କରିଛନ୍ତି ତାରା ।
ଅନ୍ୟପକ୍ଷରେ ଶ୍ରୀ ରାଉତରାୟ କହିଛନ୍ତି ଯେ ବିଜେପୁରର ବିବେକ ଭୋଟ ଆମ ଆଡକୁ ଆସୁଥିବା ଖବର ଆସୁଛି । ଲୋକେ ବିଜେପି, ବିଜେଡି ରାଲିରେ ଥାଇ ବି ମୋତେ ପ୍ର·ର ବେଳେ ମାଡି·ଲ ବୋଲି କହିଥିଲେ । ଗତ ୩ ଦିନର ପ୍ର·ର ପରେ ଲୋକଙ୍କ ମତ, ଲୋକଙ୍କ ବିଶ୍ୱାସ ଆମ ଆଡେ ମୁହାଁଉଛି । ବିଜେପି, ବିଜେଡିର ଟଙ୍କା ଖର୍ଚ୍ଚ ଦେଖି ମୁଁ ଭୟଭୀତ ହୋଇଯାଇଥିଲି କି ବିଜେପୁରରେ ସେମାନେ ଜିତିବେ ମାତ୍ର ବିବେକ ଭୋଟ ଆମକୁ ମିଳୁଥିବାରୁ ଆମେ ସେଠାରେ ଜିତିବୁ ବୋଲି ଆଶା । ନବୀନ ବାବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିନାହାନ୍ତି ତେଣୁ ଲୋକେ ଆମକୁ ଲୋଡୁଥିବା ସୁର କହିଛନ୍ତି ।