
ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶିକ୍ଷକ ନେତା ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଶୋକ ପ୍ରକାଶ କରିଛନ୍ତି Iଶ୍ରୀ ଦାସବର୍ମା ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଶିକ୍ଷା ଓ ଶିକ୍ଷକମାନଙ୍କ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ Iଉଭୟ ରାଜନୀତି ଓ ସମାଜସେବା କ୍ଷେତ୍ରରେ ଥିଲେ ବେଶ ପରିଚିତ I ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ ସମର୍ପିତ ଭାବେ କାର୍ଯ୍ୟ କରିଯାଇଛନ୍ତି। ତାଙ୍କ ବିୟୋଗରେ ଓଡିଶାରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଶ୍ରୀ ଦାସବର୍ମା ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି I