ରାଜ୍ୟ ଆଇନ ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଆଇନସେବା ପୁରୀ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି |। ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ |ଆଜିର ସଟଡାଉନ ନିୟମକୁ ମାନି ଜୁଡ଼ିସିଆଲ କଲୋନୀ ପରିସରରେ ଏବଂ କୋର୍ଟ ପରିସରରେ ସାହାଡ଼ା, ନିମ୍ବ, କରଞ୍ଜ,, ଆଁଳା ଇତ୍ୟାଦି ବୃକ୍ଷ ଶ୍ରୀଯୁକ୍ତ ଜେନା ଏବଂ ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ ରୋପଣ କରିଥିଲେ ।ଏହା ପରେ ପରେ ପରିବେଶ ଶୀର୍ଷକ ଏକ ଆଲୋଚନା ଚକ୍ର ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିଲା |
ଏଥିରେ ପରିବେଶ ସୁରକ୍ଷା ଅଧିନିୟମ, ଜଙ୍ଗଲ ଅଧିନିୟମ, ବନ୍ୟ ଜୀବଜନ୍ତୁ ସୁରକ୍ଷା ଅଧିନିୟମ, ବନଜତ ଦ୍ରବ୍ୟ, ଗଛ କାଠ ବହନ ଆଇନର ବିଭିନ୍ନ ଧାରା ବିଷୟରେ ଆଲୋକପାତ ହୋଇଥିଲା |
ଏହି ଆଇନ ସଚେତନତା ସଭାରେ ବିଭିନ୍ନ ବିଦ୍ୟାଳୟର ଛାତ୍ର, ଛାତ୍ରୀ, ଅଭିଭାବକ, ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ |
ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଡ଼ଃ ଇନ୍ଦୁ ଶର୍ମା, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ସୁଚିତ୍ରା ପରମଗୁରୁ, ଜେ. ଏମ. ଏଫ. ସି ପ୍ରତାପ କୁମାର ପୃଷ୍ଟି ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଅମରେଶ ମହାପାତ୍ର, ଅନ୍ୟାନ୍ୟ କର୍ମକର୍ତ୍ତା ବିବେକାନନ୍ଦ ବେଉରିଆ, ଶକ୍ତି ରଞ୍ଜନ ରାଉତରାୟ, ମନୋରଞ୍ଜନ ଦାଶ, ପୂର୍ଣ୍ଣଚନ୍ଦ୍ର ଚଇନି ଏବଂ ମଙ୍ଗୁଳି ଚରଣ ନାୟକ ପରିଚାଳନା କରିବାରେ ସହଯୋଗ କରିଥିଲେ |