
ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ରୂପ ଖୋଦେଇ କାର୍ଯ୍ୟ କରୁଛନ୍ତି |ତାଳଧ୍ଵଜ ରଥର-୧୬ ଟି, ନନ୍ଦିଘୋଷ ରଥର-୧୬ ଟି ଏବଂ ଦେବଦଳନ ରଥର-୧୨ ଟି କୋଣଗୁଜ ରେ ରୂପ କାର ସେବକ ମାନେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି | ଏହି କୋଣଗୁଜ ଗୁଡିକରେ
ନୃସିଂହ ମହାପ୍ରଭୁଙ୍କ ପୂର୍ଣ୍ଣ ଅବୟବ ରୂପ ଖୋଦେଇ ହେତୁ,ଅଧିକ ସମୟ ଲାଗୁଅଛି |ଗୁଜରେ ସଂହ ବିରାଳ ରୂପ ଖୋଦେଇ ପରେ,ଦୁଆର ଘୋଡା ପାଇଁ ନାଟ ଗୋଡ଼ ଖୋଦେଇ,ଚାରି
ନାହାକା ଉଠିଲାପରେ ପଟାଗୁଜରେ ସିଂହବିରାଳ,ଗଜ ବିରାଳ, ନରବିରାଳ , ଖୋଦେଇ ଆରମ୍ଭ ହେବ ।


ସଂଯୋଗ ସରି ପଇ ରେ କଳସା କାମ ବା ପଇ ପଇ ବାନ୍ଧେଣି ପାଇଁ ଖାପ ଖୋଦେଇ ଶେଷ ପର୍ଯ୍ୟାୟରେ ,୧୩ତମ ୧୪ ତମ ଚକରେ ଅର ଫିଟିଙ୍ଗ ସରି ଅଛି, ପଇ ବିନ୍ଧ ଖୋଦେଇ ଜାରୀ ରହିଛି ।
ଦୋଳବେଦୀ ସ୍ଥ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ଚାରିନାହାକା ପାଇଁ ‘ଚଣାକ’ କଣ୍ଟା,ଛନ୍ଦା ଗୟଳ ପାଇଁ ଯୋଖା, ଦୁଆର ବନ୍ଧ ପାଇଁ ଆଗ ପାତେଳୀ,୧୦ ଏମ ଏମ ର ସିଙ୍ଗଡ଼ା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।
